ETV Bharat / city

ଆରମ୍ଭ ହେଲା ଐତିହାସିକ ଖଣ୍ଡଗିରି କୁମ୍ଭ ମେଳା

author img

By

Published : Feb 19, 2021, 8:36 PM IST

ଖଣ୍ଡଗିରି ପାଦଦେଶରେ ଆରମ୍ଭ ହୋଇଛି ମାଘ ସପ୍ତମୀ ମେଳା ବା ଅନନ୍ତ କେଶରୀଙ୍କ ଯାତ୍ରା । ଏହି ଯାତ୍ରା ପ୍ରତିବର୍ଷ ମାଘ ସପ୍ତମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ହେଲେ ଚଳିତ ବର୍ଷ କୋଭିଡ ଗାଇଡ଼ଲାଇନ ଭିତରେ ଅର୍ଥନୀତି ନୁହେଁ କେବଳ ପରମ୍ପରା ରକ୍ଷା ପାଇଁ ଖଣ୍ଡଗିରି କୁମ୍ଭ ମେଳା କରଯାଉଛି । ଅଧିକ ପଢନ୍ତୁ...

ଆରମ୍ଭ ହେଲା ଐତିହାସିକ ଖଣ୍ଡଗିରି କୁମ୍ଭ ମେଳା
ଆରମ୍ଭ ହେଲା ଐତିହାସିକ ଖଣ୍ଡଗିରି କୁମ୍ଭ ମେଳା

ଭୁବନେଶ୍ୱର: ଖଣ୍ଡଗିରି ପାଦଦେଶରେ ଆରମ୍ଭ ହୋଇଛି ମାଘ ସପ୍ତମୀ ମେଳା ବା ଅନନ୍ତ କେଶରୀଙ୍କ ଯାତ୍ରା । ଏହି ଯାତ୍ରା ପ୍ରତିବର୍ଷ ମାଘ ସପ୍ତମୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ । ହେଲେ ଚଳିତ ବର୍ଷ କୋଭିଡ ଗାଇଡ଼ଲାଇନ ଭିତରେ ଅର୍ଥନୀତି ନୁହେଁ କେବଳ ପରମ୍ପରା ରକ୍ଷା ପାଇଁ ଖଣ୍ଡଗିରି କୁମ୍ଭ ମେଳା କରଯାଉଛି । ଏହା ୯ ଦିନ ଧରି ଚାଲିବାକୁ ଥିବା ବେଳେ ଅନନ୍ତ କେଶରୀ ଜାଗମରା ନାଗା ମଠରୁ ଆସି ଖଣ୍ଡଗିରି ରାଣିହଂସପୁରକୁ ବିଜେ କରିଥାନ୍ତି ଓ ପୂଜା ପାଇଥାନ୍ତି ।

ଆରମ୍ଭ ହେଲା ଐତିହାସିକ ଖଣ୍ଡଗିରି କୁମ୍ଭ ମେଳା

ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁ ସନ୍ଥଙ୍କ ସମାଗମ ଦେଖିବାକୁ ମିଳିଛି । ସନ୍ଥମାନେ ଦେଶର ବିଭିନ୍ନ ପ୍ରାନ୍ତରୁ ଆଗମନ କରି ଜପତପ ସହ ଯଜ୍ଞ କରୁଥିବା ବେଳେ ହରିନାମ ଓ ରାମ ନାମ ଭଜନ କୀର୍ତ୍ତନରେ କମ୍ପୁଛି ଖଣ୍ଡଗିରି ପାଦଦେଶ । କାରଣ ବିଶ୍ୱାସ ରହିଛି ଏଠାରେ କଣ୍ଡଖିରୀ ସେବନ କରି ଜପତପ କରିବା ଦ୍ୱାରା ଆତ୍ମାକୁ ଶାନ୍ତି ମିଳେ ଓ ରୋଗ ଦୁରେଇ ଯାଏ । ତେଣୁ, ବିଶ୍ୱର ମଙ୍ଗଳ ପାଇଁ ଏଠାରେ ଅନେକ ସାଧୁସଂନ୍ଥ ଏକାଠି ହୋଇଥାନ୍ତି ଆଉ ଯଜ୍ଞ କରିଥାନ୍ତି ।

କିନ୍ତୁ, ଚଳିତ ବର୍ଷ କୋଭିଡ କଟକଣା ଭିତରେ ଏହା ଅନୁଷ୍ଠିତ ହେଉଉଥିବାରକୁ କେବଳ ଘଣ୍ଟ ଘଣ୍ଟା ସହ ଠାକୁର ଅନନ୍ତ କେଶରୀଙ୍କ ଶୋଭାଯାତ୍ରା କରାଯିବ । ଏପରିକି ଚଳିତ ବର୍ଷ ଆତଶବାଦି ଫୁଟିବା ଉପରେ ରୋକ ଲାଗିଥିବା ବେଳେ ସାଧୁଙ୍କ ସତସଙ୍ଗ ଓ ପ୍ରବଚନକୁ ମଧ୍ୟ ବାରଣ କରାଯାଇଛି । ଏପରିକି ଭିଡକୁ ନିୟନ୍ତ୍ରଣ କରିବାକୁ ଦୋକାନ ବଜାରର ମଧ୍ୟ ପସରା ଦେଖିବାକୁ ମିଳିନି । ଏହାରି ଭିତରେ ପରମ୍ପରା ଅନୁଯାୟୀ କେବଳ ପୂଜାବିଧିକୁ ଅନୁମତି ମିଳିଛି । ତେଣୁ, ଆଜିଠାରୁ ୯ ଦିନ ଧରି ଅର୍ଥାତ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ । ପୂଜାରେ ଖଣ୍ଡଗିରି ଅଧିଷ୍ଠାତ୍ରୀ ଦେବୀ ମା’ ବାରଭୁଜନଙ୍କ ନିକଟରେ ଅଖଣ୍ଡ ଦୀପ ଜାଳିବା ସହ ହନୁମାନଙ୍କ ମନ୍ଦିରରେ ରାମ ଚରିତ ମାନସ ୯ ଦିନ ବ୍ୟାପି କରାଯିବ । ଶେଷ ଦିନ ପୁର୍ଣ୍ଣ ଆହୁତି ସହ ସମ୍ପନ ହେବ ଯାତ୍ରା । ହେଲେ କରୋନା ପାଇଁ ସାଧୁ ମାନଙ୍କ ଭିଡ ଆଗଭଳି ସେତେଟା ନଥିବାରୁ ପୂଜା ପାଠର କୋଳାହଳ ନାହିଁ ସତ ତଥାପି ବିଶ୍ୱ ଶାନ୍ତିର କାମନା କରି ଜପତପ ସହ ଯଜ୍ଞ କରି ବେଶ ଖୁସି ଅଛନ୍ତି ସାଧୁସନ୍ଥ

ଅନ୍ୟପଟେ ବିଏମ୍ସିର କୋଭିଡ ଗାଇଡଲାଇନକୁ ନଜରରେ ରଖି କେବଳ ପୂଜାକୁ ଅନୁମତି ଦେଇଥିବା ବେଳେ ଦୋକାନ ବଜାର ଓ ଯାତ୍ରାକୁ ଅନୁମତି ମିଳିନି । ଯାହାକୁ ନେଇ ବ୍ୟବସାୟୀ ଓ ଯାତ୍ରା କଳକାର ହତାଶ ହୋଇଛନ୍ତି ବୋଲି ଆୟୋଜକ କହିଛନ୍ତି । କାରଣ ଏହା ସେମାଙ୍କ ଅର୍ଥନୀତିକୁ ସୁଦୃଢ କରିଥାଏ । ଏପରିକି ପୂର୍ବ ଭଳି ବିଭିନ୍ନ ପ୍ରକାରର ଦୋକାନର ପସରା ମେଲି ନଥିବା, ଯାତ୍ରାର ସଜସଜା ଓ ପରିବେଷଣ ନଥବାରୁ ଲୋକ ଗହଳି ହେଉନଥିବା କହିଛନ୍ତି ଆୟୋଜକ ।

ଭୁବନେଶ୍ୱରରୁ ଦେବଶ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.