ଭୁବନେଶ୍ବର: ଓଡ଼ିଆ ଜାତିର ଆତ୍ମା ଓ ପରିଚୟ ଜଗନାଥଙ୍କୁ ସମର୍ପିତ ନାଟକ ଆହେ ନୀଳ ଶୈଳୀ ଉଦଯାପିତ ହୋଇଯାଇଛି । ଅନେକ ଦିନ ପରେ ରବୀନ୍ଦ୍ର ମଣ୍ଡପରେ ଓଡ଼ିଆର ଅସ୍ମିତାକୁ ନେଇ ନାଟକଟି ପରିବେଷଣ ହୋଇଥିବା ବେଳେ ବେଶ ମନ୍ତ୍ରମୁଗ୍ଧ ହୋଇଥିଲେ ଉପସ୍ଥିତ ଦର୍ଶକ । ୧୮ଶହ ଖ୍ରୀଷ୍ଟାବ୍ଦର ଏହି କାହାଣୀରେ ପ୍ରତି ଓଡ଼ିଆଙ୍କ ପ୍ରାଣର କେନ୍ଦ୍ର ଜଗନାଥଙ୍କ ସମ୍ପର୍କରେ ଉଲ୍ଲେଖ ରହିଛି ।
ଯେଉଁଥିରେ ଗଜପତି ମହାରାଜା ଜଗନ୍ନାଥଙ୍କ ପ୍ରଥମ ସେବକ ହୋଇଥିବା ବେଳେ ସେ କିଭଳି ପ୍ରଭୁଙ୍କୁ ମୋଗଲ ମାନଙ୍କ ଠାରୁ ରକ୍ଷା କରିଥିଲେ । ଓଡ଼ିଆଙ୍କ ପ୍ରାଣପତିଙ୍କୁ ପୁନଃ ଶ୍ରୀମନ୍ଦିରେ ସ୍ଥାପନ କରିଥିଲେ ତାହା ନାଟକ ମାଧ୍ୟମରେ ଚିତ୍ରିତ ହୋଇଥିଲା । ଏହାସହ ମୋଗଲଙ୍କୁ ନିଜ ରଣ କୌଶଳରେ ହରାଇଥିବା ଓଡ଼ିଆ ବୀରଙ୍କ ଯୁଦ୍ଧର କାହାଣୀ ମଧ୍ୟ ଏଥିରେ ଉଲେଖ ରହିଛି ।
ଶେଷ ସନ୍ଧ୍ୟାରେ ନାଟକଟି ପ୍ରତିଟି ଦର୍ଶକଙ୍କ ମନକୁ ମୋହିଥିଲା । କାରଣ ସାଜସଜାରେ ଶ୍ରୀମନ୍ଦିରର ଭ୍ରମ ସୃଷ୍ଟି କରୁଥିବା ରବୀନ୍ଦ୍ର ମଣ୍ଡପର ଏହି ନାଟକରେ ପ୍ରତିଟି କଳାକାର ନିଜର ବଳିଷ୍ଠ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ଆଉ ରବିବାର ଏହାରରେ ଶେଷ ସନ୍ଧ୍ୟା ଥିବାରୁ ବେଶ ଭାବ ବିହ୍ବଳ ହୋଇଥିଲେ ଉଭୟ ଦର୍ଶକ ଓ କଳାକାର । କାରଣ ସମସ୍ତଙ୍କ ପାଇଁ ଏଭଳି ଏକ ସୁନ୍ଦର ମୁହୂର୍ତ୍ତ ବୋଧହୁଏ ଅନେକ ଦିନ ପରେ ଆସିଥିଲା । ତେଣୁ ନିଚ୍ଛକ ଓଡ଼ିଆ କାହାଣୀର ଏହି ନାଟକ ଦେଖି ଯେତିକି ଖୁସି ହୋଇ ହୋଇଥିଲେ ଦର୍ଶକ ସେତିକି ଭାବରେ ଭିଜି ଯାଇଥିଲେ । ଏହାକୁ ନେଇ ବେଶ ପ୍ରଶଂସା ସାଉଁଟିଛି ନାଟକ ଆହେ ନୀଳ ଶୈଳ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ