ETV Bharat / city

+2 Science and Commerce Results: ବିଜ୍ଞାନରେ ଟପ୍‌ କଲା ନୟାଗଡ଼, ବାଣିଜ୍ୟରେ ବୌଦ୍ଧର ବାଜିମାତ

author img

By

Published : Jul 27, 2022, 6:34 PM IST

ଏଥର ମଧ୍ୟ ଗତ ବର୍ଷ ଭଳି ଛାତ୍ରଙ୍କଠାରୁ ଛାତ୍ରୀ ବାଜିମାତ୍‌ କରିଛନ୍ତି । ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରୀଙ୍କ ପାସ୍‌ହାର ଛାତ୍ରଙ୍କ ଠାରୁ ଅଧିକ ରହିଛି । ଅଧିକ ପଢ଼ନ୍ତୁ

+2 Science and Commerce Results: ଛାତ୍ରଙ୍କଠାରୁ ଆଗରେ ଛାତ୍ରୀ, ବିଜ୍ଞାନ୍‌ରେ ଟପ୍‌ କଲା ନୟାଗଡ଼, ବାଣିଜ୍ୟରେ ବୌଦ୍ଧର ବାଜମାତ୍‌

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷର ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥର ମଧ୍ୟ ଗତ ବର୍ଷ ଭଳି ଛାତ୍ରଙ୍କଠାରୁ ଛାତ୍ରୀ ବାଜିମାତ୍‌ କରିଛନ୍ତି । ଉଭୟ ବିଭାଗରେ ଛାତ୍ରୀଙ୍କ ପାସ୍‌ହାର ଛାତ୍ରଙ୍କ ଠାରୁ ଅଧିକ ରହିଛି ।

ବିଜ୍ଞାନ ରେଜଲ୍ଟରେ ଚମକିଲେ ଛାତ୍ରୀ

ଚଳିତ ବର୍ଷ ମୋଟ ୭୬୬୦୪ ଛାତ୍ରଛାତ୍ରୀ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୭୨୧୦୬ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ସେମାନଙ୍କ ମଧ୍ୟରେ ୪୫୫୮୭ ପୁଅ ପାସ୍‌ କରିଥିବା ବେଳେ ୩୨୫୧୯ ଝିଅ ପାସ୍‌ କରିଛନ୍ତି । ପୁଅଙ୍କଠାରୁ ଝିଅ ଅଧିକ ପାସ୍‌ କରିଥିଲେ ସୁଦ୍ଧା ଝିଅଙ୍କ ପାସ୍‌ ହାର ପୁଅଙ୍କଠାରୁ ଅଧିକ ରହିଛି । ବିଜ୍ଞାନରେ ଝିଅଙ୍କ ପାସ୍‌ ହାର ୯୪.୫୨ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୩.୮୦ ପ୍ରତିଶତ ରହିଛି । ୫୦ ହଜାର ୧୫୭ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି । ସେହିଭଳି ଦ୍ବିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ପାସ୍‌ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୬୯୧୦ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।

ବିଜ୍ଞାନ ବିଭାଗରେ ନୟାଗଡ଼ରେ ସର୍ବାଧିକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଏଠାରେ ବିଜ୍ଞାନ ବିଭାଗର ପାସ୍‌ହାର ୯୯.୧୧ ପ୍ରତିଶତ ରହିଛି । ସେହିଭଳି କନ୍ଧମାଳରେ ସର୍ବନିମ୍ନ ପିଲା ପାସ୍‌ କରିଛନ୍ତି । ଏଠାରେ ପାସ୍‌ହାର ୭୬.୮୧ ପ୍ରତିଶତ ରହିଛି । ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ୧୧୨୪ ଛାତ୍ରଛାତ୍ରୀ

ବାଣିଜ୍ୟରେ ବି ଛାତ୍ରୀଙ୍କ କମାଲ

ଏଥର ୨୩୭୨୬ ବାଣିଜ୍ୟ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରେ ୨୧ହଜାର ୧୬୫ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ଏଥର ପାସ୍‌ହାର ୮୯.୨୦ ପ୍ରତିଶତ ରହିଛି । ବାଣିଜ୍ୟରେ ୧୩୨୧୧ ପୁଅ ପାସ୍‌ କରିଥିବା ବେଳେ ୭୯୫୪ ଝିଅ ପାସ୍‌ କରିଛନ୍ତି । ଏଥିରେ ମଧ୍ୟ ଝିଅଙ୍କ ପାସ୍‌ହାର ୯୦.୭୧ ପ୍ରତିଶତ ରହିଛି । ସେପଟେ ପୁଅଙ୍କ ପାସ୍‌ହାର ୬୭.୮୧ ପ୍ରତିଶତ ରହିଛି । ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୨୭୩ ଛାତ୍ରଛାତ୍ରୀ ।

ବୌଦ୍ଧରେ ଶତ ପ୍ରତିଶତ ବାଣିଜ୍ୟ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ତେବେ ଦେଓଗଡ଼ରେ ସର୍ବନିମ୍ନ ବାଣିଜ୍ୟ ପାସ୍‌ ରହିଛି । ଏଠରେ ୬୧.୫୩ ପ୍ରତିଶତ ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି । ବାଣିଜ୍ୟରେ ଚଳିତ ବର୍ଷ ୧୦୮୬୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଦ୍ବିତୀୟ ଓ ତୃତୀୟ ଶ୍ରେଣୀରେ ଯଥାକ୍ରମେ ୫୦୫୩ ଓ ୫୨୪୨ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.