ETV Bharat / city

ସକାଳୁଆ ସ୍କୁଲ: ଅନୁଗୋଳରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ଉପସ୍ଥାନ, ଗଜପତିରେ ସବୁଠୁ କମ - ଅନୁଗୋଳରେ ସର୍ବାଧିକ ଛାତ୍ରଛାତ୍ରୀଙ୍କ ଉପସ୍ଥାନ

ଅନୁଗୋଳ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ଉପସ୍ଥାନ ରହିଥିବା ବେଳେ ଗଜପତି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସବୁଠାରୁ କମ୍‌ ଉପସ୍ଥାନ ରହିଛି । ଅଧିକ ପଢ଼ନ୍ତୁ

ସକାଳୁଆ ସ୍କୁଲ କଲେଜ: ଅନୁଗୋଳରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ଉପସ୍ଥାନ, ଗଜପତିରେ ସବୁଠାରୁ କମ

author img

By

Published : May 3, 2022, 9:11 AM IST

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ନେଇ ୫ ଦିନିଆ ଛୁଟି ଘୋଷଣା କରିଥିଲେ ରାଜ୍ୟ ସରକାର । ଛୁଟି ଶେଷ ହେବାପରେ ଗତ ସୋମବାର ସାରା ରାଜ୍ୟରେ ଖୋଲିଥିଲା ସ୍କୁଲ । ପ୍ରବଳ ଖରାକୁ ନଜରରେ ରଖି ସକାଳୁଆ ସ୍କୁଲ୍‌(Morning School) ଆରମ୍ଭ ହୋଇଛି । ପ୍ରଥମ ଦିନ ସ୍କୁଲ୍‌ ଶେଷ ହେବାପରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରକାଶ କରିଛି ଗଣଶିକ୍ଷା ବିଭାଗ ।

ସକାଳୁଆ ସ୍କୁଲ କଲେଜ: ଅନୁଗୋଳରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ଉପସ୍ଥାନ, ଗଜପତିରେ ସବୁଠାରୁ କମ
ସକାଳୁଆ ସ୍କୁଲ କଲେଜ: ଅନୁଗୋଳରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ଉପସ୍ଥାନ, ଗଜପତିରେ ସବୁଠାରୁ କମ

ଅନୁଗୋଳ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ଉପସ୍ଥାନ ରହିଛି । ସେପଟେ ଗଜପତି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସବୁଠାରୁ କମ୍‌ ଉପସ୍ଥାନ ରହିଛି । ପ୍ରଥମରୁ ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପ୍ରଥମ ଦିନର ଉପସ୍ଥାନ ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ତା ପଛକୁ ରହିଛି ଦେଓଗଡ଼ରେ ୮୪ ପ୍ରତିଶତ ଉପସ୍ଥାନ ରହିଥିଲା । ରାୟଗଡା ଏବଂ କେନ୍ଦ୍ରାପଡଡ଼ାରେ ୮୨ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ୍‌ରେ ପହଞ୍ଚି ଅଫ୍‌ଲାଇନ ଶିକ୍ଷା ଗ୍ରହଣ କରିଥିଲେ । ରାଜ୍ୟରେ ମୋଟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୭୨ ପ୍ରତିଶତ ରହିଛି ।

ତେବେ ଗଜପତି ଜିଲ୍ଲାରେ ସବୁଠାରୁ କମ୍‌ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିଲେ । ଏଠାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୫୩ ପ୍ରତିଶତ ରହିଥିଲା । ପୁରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୮ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିଥିଲେ । ତେବେ କେବଳ ଯଦି ନବମ ଓ ଦଶମ ଶ୍ରେଣୀ କଥା କହିବା ତେବେ ଏଥିରେ ଦେବଗଡ଼ର ସର୍ବାଧିକ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିଥିଲେ । ଏଠାରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୯୧ ପ୍ରତିଶତ ଉପସ୍ଥାନ ହାର ରହିଥିଲା । ଖୋର୍ଦ୍ଧାରେ ୨୫ ପ୍ରତିଶତ ନବମ ଓ ଦଶମ ପିଲାଏ ସ୍କୁଲ୍‌ ଆସିଥିଲେ । ରାଜ୍ୟର ମୋଟ ୬୬ ପ୍ରତିଶତ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିଥିଲେ ।

ଦ୍ବାଦଶ ଶ୍ରେଣୀ କ୍ଷେତ୍ରରେ ମଧ୍ୟର ଆଗୁଆ ରହିଥିଲା ଅନୁଗୋଳ ଜିଲ୍ଲା । ଏଠାରେ ୯୪ ପ୍ରତିଶତ ଦ୍ବାଦଶ ଛାତ୍ରଛାତ୍ରୀ ପ୍ରଥମ ଦିନରେ ସ୍କୁଲ ଆସିଥିଲେ । ସେହିଭଳି ଢେଙ୍କାନାଳରେ ୯୩ ପ୍ରତିଶତ ଦ୍ବାଦଶ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିଥିବା ବେଳେ ଗଜପତିରେ ମାତ୍ର ୧୮ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ରେ ଦେଖିବାକୁ ମିଳିଥିଲା । ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଉପସ୍ଥାନ ହାର ୬୩ ପ୍ରତିଶତ ରହିଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.