ETV Bharat / city

ଖୋର୍ଦ୍ଧାର 4 ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ - କୋରୋନା ଭାଇରସ ଖବର

ଖୋର୍ଦ୍ଧା ଜିଲ୍ଲାର 4 ବ୍ଲକରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏହି 4ଟି ବ୍ଲକରେ 77 ପ୍ରତିଶତ ଲୋକ ଫେରିଛନ୍ତି । ସେଗୁଡିକ ହେଲା ବାଣପୁର, ବାଲୁଗାଁ, ଟାଙ୍ଗି, ଓ ବୋଲଗଡ଼ ବ୍ଲକକୁ ପ୍ରବାସୀ ଫେରିଛନ୍ତି । ଜିଲ୍ଲା ଗୁଡିକରେ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ଖୋର୍ଦ୍ଧାର 4 ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

author img

By

Published : Aug 22, 2020, 8:26 PM IST

ଖୋର୍ଦ୍ଧା: ଜିଲ୍ଲାର 4 ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଜିଲ୍ଲାରେ ଏହି 4ଟି ବ୍ଲକ ଉପରେ କଡା ନଜର ରଖିଛି ଜିଲ୍ଲା ପ୍ରଶାସନ । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର କାର୍ଯ୍ୟ କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ 10ଟି ବ୍ଲକ ରହିଥିବାବେଳେ 190ଟି ଗ୍ରାମପଞ୍ଚାୟତ ରହିଛି । 1358 ଟି ଗାଁ, 71 ଟି ୱାର୍ଡ ରହିଛି । ବର୍ତମାନ ପର୍ଯ୍ୟନ୍ତ ଜିଲ୍ଲାରେ 40 ହଜାର କୋରୋନା ଟେଷ୍ଟ ହୋଇଛି । 35449 ନେଗେଟିଭ ଆସିଛି । 3436 ପଜିଟିଭ ବାହାରିଛି । ଜିଲ୍ଲାର ଗ୍ରାମାଞ୍ଚଳରେ ଟେଷ୍ଟ ହୋଇଥିବାବେଳେ ପ୍ରାୟ 34 ଭାଗ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସମୟରେ କେସ 1423 ଜଣ ରହିଛନ୍ତି । ଖୋର୍ଦ୍ଧାରେ ଆରୋଗ୍ୟ ହାର 59 ପ୍ରତିଶତ ରହିଛି । ଜିଲ୍ଲାରେ ବାହାର ରାଜ୍ୟରୁ ପ୍ରାୟ 17ହଜାର 405 ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି । ବିଶେଷ କରି ସେଥିମଧ୍ୟରୁ 77 ପ୍ରତିଶତ ଲୋକ ଏହି 4ଟି ବାଣପୁର, ବାଲୁଗାଁ, ଟାଙ୍ଗି ଓ ବୋଲଗଡ଼ ବ୍ଲକକୁ ଆସିଛନ୍ତି । ଗତ 14 ଦିନ ଭିତରେ ଜିଲ୍ଲାରେ ଥିବା 74 ପ୍ରତିଶତ ଗାଁରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି ।

ଖୋର୍ଦ୍ଧାର 4 ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ଖୋର୍ଦ୍ଧାରେ 237 ଜଣ କୋଭିଡ ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଥିଲେ ସେଥିମଧ୍ୟରୁ 99 ଜଣ ସୁସ୍ଥ ଅଛନ୍ତି । 138 ଜଣ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜିଲ୍ଲାରେ ମୋଟ 24 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.