ETV Bharat / city

କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦ୍ଦେଶ

author img

By

Published : Feb 22, 2022, 7:55 PM IST

ଉଚିତ ଚରିତ୍ର ଗଠନ ପାଇଁ କଲେଜରେ ଆୟୋଜନ ହେବ ଯୁବ ସଂସ୍କାର କାର୍ଯ୍ୟକ୍ରମ । ଏନେଇ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ । ଅଧିକ ପଢ଼ନ୍ତୁ

କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦେଶ।

ଭୁବନେଶ୍ବର: ଉଚିତ ଚରିତ୍ର ଗଠନ ପାଇଁ କଲେଜରେ ଆୟୋଜନ ହେବ ଯୁବ ସଂସ୍କାର କାର୍ଯ୍ୟକ୍ରମ । ଏନେଇ ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚଶିକ୍ଷା ସଚିବ । ଯୁବ ସଂସ୍କାର କାର୍ଯ୍ୟକ୍ରମ ପାଠ୍ୟକ୍ରମ ବହିର୍ଭୁତ ରହିବ ।

କଲେଜରେ ଯୁବ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିର୍ଦେଶ

ଏହାସତ୍ତ୍ବେ କ୍ଳାସ ରୁମ୍‌ରେ ଏହା ଆୟୋଜିତ ହେବ । କୌଣସି ପରୀକ୍ଷା ବା ମୂଲ୍ୟାୟନ ହେବ ନାହିଁ । ମାସକୁ ଅତି କମରେ ଥରେ କ୍ଳାସ କରାଯିବ । ଏହି କାର୍ଯ୍ୟକ୍ରମ ଜରିଆରେ ଚରିତ୍ର ଗଠନ ଉପରେ ଆଧାରିତ ଫିଲ୍ମ ଗୁଡ଼ିକୁ ପ୍ରଦର୍ଶନ କରାଯିବ । ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ କୌଶଳ ଏବଂ ଜ୍ଞାନ ସହିତ ସମୃଦ୍ଧ କରିବା ସହ ଚରିତ୍ର ଗଠନ ଉଦ୍ଦେଶ୍ୟ ହାସଲ କରିବା ଏହାର ଉଦ୍ଦେଶ୍ୟ । ଏଥିପାଇଁ ୨୦୨୧-୨୨ ଶିକ୍ଷାବର୍ଷରୁ ଅଣ୍ଡର ଗ୍ରାଜୁଏସନ୍(Under Graduation) ସ୍ତରରେ 'ନିଶ୍ଚିକତା ଏବଂ ମୂଲ୍ୟବୋଧ' ନାମକ ଏକ ନୂତନ ବାଧ୍ୟତାମୂଳକ ଏକାଡେମିକ୍ ପାଠ୍ୟକ୍ରମ ପ୍ରବର୍ତ୍ତିତ ହୋଇଛି ।

ଏହି କାର୍ଯ୍ୟକ୍ରମକୁ ସୁଗମ କରିବା ପାଇଁ ଦୁଇରୁ ତିନିଜଣ ଶିକ୍ଷକ ନୋଡାଲ୍ ଶିକ୍ଷକ ଭାବରେ ନିଯୁକ୍ତ ହେବେ । ଜଣେ ବରିଷ୍ଠ ଶିକ୍ଷକଙ୍କ ନିର୍ଦ୍ଦେଶନାମାରେ ନୋଡାଲ୍ ଶିକ୍ଷକମାନେ କାର୍ଯ୍ୟ କରିବେ । ନୋଡାଲ ଶିକ୍ଷକମାନଙ୍କୁ ସାହାଯ୍ୟ କରିବା ପାଇଁ ଛାତ୍ର ସ୍ୱେଚ୍ଛାସେବୀମାନେ ନିୟୋଜିତ ହେବେ । ପୂର୍ବରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ କଲେଜଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଉନଥିବାରୁ ଏନେଇ ଚିଠି କରିଛନ୍ତି ଉଚ୍ଚଶିକ୍ଷା ସଚିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.