ଭୁବନେଶ୍ବର: ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି । ଖରା ବଢୁଥିବାରୁ ବଢିପାରେ କଲେଜ ଛୁଟି ଅବଧି । ପାଣିପାଗ ଜଳବାୟୁର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।
ରାଜ୍ୟର ଅଧିକାଂଶ ଜିଲ୍ଲାରେ ଏବେ 40 ଡିଗ୍ରୀ ଉପରେ ତାପମାତ୍ରା ରହୁଛି । ଯାହା ଫଳରେ ଏଭଳି ସ୍ଥିତିରେ କଲେଜ ଖୋଲାଯିବା ନାଁ ନାହିଁ ସେନେଇ ଦୀର୍ଘ ଦିନ ହେବ ଦ୍ବନ୍ଦ ଲାଗି ରହିଛି । ରାଜ୍ୟରେ ମେ’ 2 ତାରିଖ ପର୍ଯ୍ୟନ୍ତ ୟୁଜି ଓ ପିଜି କ୍ଲାସ ବନ୍ଦ ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ