ଭୁବନେଶ୍ବର: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୮ ଛାତ୍ରଛାତ୍ରୀଙ୍କ ଆଡମିଶନ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଉଚ୍ଚ ଶିକ୍ଷା ବିଭାଗ । ଆଡମିଶନ ସମୟରେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ କରାଯାଇଥିଲା ଆଡମିଶନ । 2019-20, 2020-21, 2021 22 ଶିକ୍ଷାବର୍ଷର ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଇ ଆଡମିଶନ କରିଥିଲେ । ଆଡମିଶନ ବାତିଲ କରିବା ପରେ SAMS ପୋର୍ଟାଲରେ ରିପୋର୍ଟ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।
ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦେଇ କିଛି ଛାତ୍ରଛାତ୍ରୀ ଆଡମିଶନ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଜଣେ ପୂର୍ବତନ ଛାତ୍ରଙ୍କ RTI ଆବେଦନରୁ ଜଣାପଡ଼ିଥିଲା । ଘଟଣା ପ୍ରଘଟ ହେବାପରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଥିଲା । ଏ ଦିଗରେ ଆଜି ପଦକ୍ଷେପ ନେଇ ଆଡମିଶନ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛି ଉଚ୍ଚଶିକ୍ଷା ବିଭାଗ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ