ETV Bharat / city

ଦକ୍ଷିଣ ଓଡିଶାରେ କୁଆପଥର ବର୍ଷା ସାଙ୍ଗକୁ ବଜ୍ରପାତ

ଗଜପତି ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ। ବୁଧବାର ସନ୍ଧ୍ୟାଠାରୁ ଜିଲ୍ଲାର କିଛି କିଛି ସ୍ଥାନରେ କୁଆପଥର ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି । ତେବେ ଅନ୍ୟପଟେ ତାତି 4ରୁ 5 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

author img

By

Published : Mar 20, 2019, 10:04 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଏବେ ବି ହଟିନୀ ସତର୍କ ଘଣ୍ଟି । ଗଜପତି ଓ ଗଞ୍ଜାମ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ। ବୁଧବାର ସନ୍ଧ୍ୟାଠାରୁ ଜିଲ୍ଲାର କିଛି କିଛି ସ୍ଥାନରେ କୁଆପଥର ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି । ଅନ୍ୟପଟେ ଦୋଳ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଏବେଠାରୁ ତାତି 4ରୁ 5 ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି।

ଆଜି କିନ୍ତୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ କୋରାପୁଟ, ଗଜପତି, ଖୋର୍ଦ୍ଧା, ଗଞ୍ଜାମ, ବାଲେଶ୍ଵର ଯାଜପୁର ଆଦି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି ଜିଲ୍ଲାରେ ସର୍ବାଧିକ 38.4 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସୁନ୍ଦରଗଡରେ ସର୍ବନିମ୍ନ 17 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:Body:

ଜବତ ହେଲା ହିଜବ୍ବୁଲ ମୁଜାହିଦ୍ଦୀନର ସମ୍ପତ୍ତି

ଶ୍ରୀନଗର: ଆତଙ୍କୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ଆତଙ୍କୀ ଫଣ୍ଡିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲା ଇଡି । ଆତଙ୍କୀ ସଙ୍ଗଠନ ହିଜବ୍ବୁଲ ମୁଜାହିଦ୍ଦୀନର ମୁଖିଆ ସଇଦ ସଲାଉଦ୍ଦୀନର ଜମ୍ମୁ କଶ୍ମୀରରେ ଥିବା 13ଟି ସମ୍ପତ୍ତି ଜବତ କରିଛି ଇଡି । କିନ୍ତୁ ସଲାଉଦ୍ଦୀନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଛି ।

ଧନ ସଂଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ହିଜବ୍ବୁଲ ବିରୁଦ୍ଧରେ ଇଡି ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଜାରି କରିଥିଲା । ଏହି ସମ୍ପତ୍ତି ବନ୍ଦିପୋରା ବାସିନ୍ଦା ମହମ୍ମଦ ଶାଫି ଶାହ ଓ ଆତଙ୍କୀ ସଙ୍ଗଠନ ସହ ଜଡିତ ରାଜ୍ୟର 6 ଜଣଙ୍କ ନାମରେ ରହିଛି । ପୂର୍ବରୁ ସଲାଉଦ୍ଦୀନ, ସାହ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ ଗତିବିଧି ନିୟନ୍ତ୍ରଣ ଅଧିନିୟମ (ୟୁଏପିଏ) ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଇଡି ।   

ନିକଟରେ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣାରେ ହିଜ୍ଜବୁଲ ଆତଙ୍କୀ ସଙ୍ଗଠନର ନାମ ସାମନାକୁ ଆସିଥିଲା । ତେବେ ଆକ୍ରମଣକାରୀ ୟାସିର ଭଟ୍ଟକୁ ଗିରଫ କରିଥିଲା ପୋଲିସ । ହିଜ୍ଜବୁଲ କମାଣ୍ଡରର ନିର୍ଦ୍ଦେଶକ୍ରମେ ୟାସିର ବସଷ୍ଟାଣ୍ଡରେ ଗ୍ରେନେଡ ମାଡ କରିଥବା ସ୍ୱୀକାର କରିଥିଲା । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.