ETV Bharat / city

ରୋଗୀଙ୍କୁ ଉନ୍ନତମାନର ରନ୍ଧା ଖାଦ୍ୟ ଦେବ କ୍ୟାପିଟାଲ ହସ୍ପିଟାଲ

ରାଜ୍ୟରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ସରକାର ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି । ଏହି ରନ୍ଧା ଖାଦ୍ୟକୁ କିଭଳି ଆହୁରି ଉନ୍ନତ ମାନର ହୋଇପାରିବ ସେନେଇ ବିଚାର ବିର୍ମଶ ଚାଲିଛି । ତେବେ କ୍ୟାପିଟାଲ ହସ୍ପିଟାଲ ରୋଗୀଙ୍କୁ ମିଳିବ ଉନ୍ନତ ମାନର ରନ୍ଧା ଖାଦ୍ୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 15, 2019, 11:01 PM IST

Updated : Oct 16, 2019, 1:34 AM IST

ଭୁବନେଶ୍ବର: ରୋଗୀଙ୍କ ପାଇଁ ଉନ୍ନତ ମାନର ରନ୍ଧା ଖାଦ୍ୟ ଯୋଗାଇବ କ୍ୟାପିଟାଲ ହସ୍ପିଟାଲ । ହସ୍ପିଟାଲରେ ଉନ୍ନତ ଧରଣର ରନ୍ଧାଖାଦ୍ୟ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରୋଗୀ ପିଛା 45 ଟଙ୍କା (ସରକାରୀ ଅର୍ଥ)ରେ ତିନି ଥର ଦିନକୁ ଦିଆଯାଉଥିବା ରନ୍ଧା ଖାଦ୍ୟକୁ ନେଇ କିଭଳି ଉନ୍ନତ ମାନର ଖାଦ୍ୟ ଦିଆଯିବ ସେ ନେଇ ଯୋଜନା ଚାଲିଛି । ଏହାକୁ ନେଇ ସରକାର ଅବଗତ ଥିବାବେଳେ ରନ୍ଧା ଖାଦ୍ୟ ଉପରେ ଦର ଧାର୍ଯ୍ୟ କରାଯାଇନାହିଁ ।

ସୂଚନା ଅନୁସାରେ ରାଜ୍ୟରେ ସମସ୍ତ ହସ୍ପିଟାଲରେ ରୋଗୀଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଦିଆଯାଉଛି । ଯାହା ଉନ୍ନତ ମାନର ଖାଦ୍ୟ ରହିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଆହୁରି କିଭଳି ରୋଗୀମାନଙ୍କୁ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦିଆଯିବ ସେନେଇ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ । ରୋଗୀ ପିଛା ଦୈନିକ ଖାଦ୍ୟକୁ ନେଇ 45 ଟଙ୍କା(ସରକାରୀ ଅର୍ଥ) ଥିବାବେଳେ ଏହାକୁ ବଢାଇବା ପାଇଁ ପ୍ରସ୍ତାବ ରହିଛି । ପ୍ରସ୍ତାବ ଅନୁସାରେ ରୋଗୀ ପିଛା ୮୦, ୯୦ଓ ୧୦୦ ଟଙ୍କା ରଖାଯିବାକୁ ପ୍ରସ୍ତାବ ଦିଆଯାଇଛି ।

ଅନ୍ୟପଟେ ରାଜ୍ୟରେ କ୍ଷୀରର ଦର ବୃଦ୍ଧିକୁ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି । ଯାହା 4 ଟଙ୍କା କମ କରିବାକୁ ହସ୍ପିଟାଲ ଅଧିକାରୀ ପ୍ରସ୍ତାବ ରଖିଛନ୍ତି । ଏହି ବିଷୟରେ ସରକାରଙ୍କ ସହ ଆଲୋଚନା କରି ଏକ ସମାଧାନର ରାସ୍ତା ବାହାର କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଅଶୋକ ପଟ୍ଟନାୟକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ରୋଗୀଙ୍କ ପାଇଁ ଉନ୍ନତ ମାନର ରନ୍ଧାଖାଦ୍ୟ ଯୋଗାଇବ କ୍ୟାପିଟାଲ ହସ୍ପିଟାଲ।

କ୍ୟାପିଟାଲ ହସ୍ପିଟାଲରେ ଉନ୍ନତ ଧରଣର ରନ୍ଧାଖାଦ୍ୟ ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛି ହସ୍ପିଟାଲ କର୍ତ୍ତୃପକ୍ଷ। ରୋଗୀ ପିଛା 45 ଟଙ୍କା (ସରକାରୀ ଅର୍ଥ) ରେ ତିନି ଥର ଦିନକୁ ଦିଆଯାଉଥିବା ରନ୍ଧାଖାଦ୍ୟକୁ ନେଇ କିଭଳି ଉନ୍ନତ ମାନର ଖାଦ୍ୟ ଦିଆଯିବ ସେ ନେଇ ଦୃଷ୍ଟି ଦିଆଯାଇଛି। ଏହା କୁ ନେଇ ସରକାର ଅବଗତ ରହିଥିବା ବେଳେ ରନ୍ଧାଖାଦ୍ୟ ଉପରେ ଦର ଧାର୍ଯ୍ୟ କରାଯାଇନାହିଁ।

Body:
ସୂଚନା ଅନୁଯାୟୀ, ରାଜ୍ୟ ରେ ସମସ୍ତ ହସ୍ପିଟାଲ ରେ ରୋଗୀମାନଙ୍କ ନିମନ୍ତେ ମାଗଣାରେ ରନ୍ଧା ଖାଦ୍ୟ ଦିଆଯାଉଛି। ଯାହା ଉନ୍ନତ ମାନର ଖାଦ୍ୟ ରହିଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଆହୁରି କିଭଳି ରୋଗୀମାନଙ୍କ ପାଇଁ ଉନ୍ନତ ମାନର ଖାଦ୍ୟ ଯୋଗାଇ ଦିଆଯିବ ସେନେଇ ସରକାରଙ୍କୁ ପ୍ରସ୍ତାବ ଦେଇଛି କ୍ୟାପିଟାଲ ହସ୍ପିଟାଲ ର କତ୍ତୃପକ୍ଷ। ଗୋଟେ ରୋଗୀ ପିଛା ଦୈନିକ ଖାଦ୍ୟକୁ ନେଇ 45 ଟଙ୍କା(ସରକାରୀ ଅର୍ଥ) ରହିଥିବା ବେଳେ ଏହାକୁ ବଢ଼ାଇ ଦିଆଯିବ । ଯାହା ସରକାର ଜଣେ ରୋଗୀଙ୍କ ପିଛା ୮୦,୯୦ଓ ୧୦୦ ଟଙ୍କା ରଖାଯିବ ବୋଲି ହସ୍ପିଟାଲ କତ୍ତୃପକ୍ଷ ନିଷ୍ପତି ନେଇଛନ୍ତି। ଯାହା ରୋଗୀମାନେ ଭଲ ମାନ ର ରନ୍ଧାଖାଦ୍ୟ ପାଇପାରିବେ। ଅନ୍ୟ ପଟେ ରାଜ୍ୟରେ କ୍ଷୀର ର ଦର ବୃଦ୍ଧିକୁ ନେଇ ହସ୍ପିଟାଲ କତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି। ଯାହା 4 ଟାଙ୍କା କମ କରିବାକୁ ନେଇ ହସ୍ପିଟାଲ ଅଧିକାରୀ ମିଟିଂରେ ପ୍ରସ୍ତାବ ରଖିଛନ୍ତି। ଏହା ଛଡା ଏହି ବିଷୟ ଉପରେ ସରକାରଙ୍କ ସହ ଆଲୋଚନା କରି ଏକ ସମାଧାନ ର ରାସ୍ତା ବାହାର କରାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ର ନିର୍ଦେଶକ ଅଶୋକ ପଟ୍ଟନାୟକ କହିଛନ୍ତି.।
ଏହାକୁ ନେଇ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ଯେ ହସ୍ପିଟାଲ ରେ ଖାଦ୍ୟ ଆବଶ୍ୟକ ଠାରୁ କମ। ଖାଇବା ପାଇଁ ଉପଯୋଗୀ ନୁହେଁଇଁ ଗୋଟେ ରୋଗୀ ପାଇଁ। ସରକାର ଏହା ଉପରେ ନଜର ଦେଲେ ଆହୁରି ଉନ୍ନତ ମାନର ରନ୍ଧା ଖାଦ୍ୟ ମିଳିପାରିବ ବୋଲି କହିଛନ୍ତି ।

Byte- କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଅଶୋକ ପଟ୍ଟନାୟକ।
Byte- ରୋଗୀଙ୍କ ସମ୍ପର୍କୀୟ।

Conclusion:
Last Updated : Oct 16, 2019, 1:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.