ETV Bharat / city

ଏଗ୍ରିମେଣ୍ଟ ଆଳରେ ଦସ୍ତଖତ ନେଇ ଠକାମୀ, ଭୁବନେଶ୍ବରରୁ ହାଇପ୍ରୋଫାଇଲ ଠକ ଗିରଫ - cheater arrested from bhubaneswar

ହାଇଦ୍ରାବାଦରୁ ଠକାମୀ ପରେ ଭୁବନେଶ୍ବରରେ ଫସିଗଲା ଠକ। ଚାଟାର୍ଡ ଆସୋସିଏଟସ କମ୍ପାନୀ ଖୋଲି ରଚିଥିଲା ଠକେଇର ପ୍ଲାନ । ୨ କୋଟି ୩୫ ଲକ୍ଷ ଠକେଇ ଅଭିଯୋଗରେ ଗିରଫ ହେଲା ଠକ । ଅଧିକ ପଢନ୍ତୁ

High profile cheater arrested in bhubaneswar
ଏଗ୍ରିମେଣ୍ଟ ଆଳରେ ଦସ୍ତଖତ ନେଇ ଠକାମି, ଭୁବନେଶ୍ବରରୁ ହାଇପ୍ରୋଫାଇଲ ଠକ ଗିରଫ
author img

By

Published : Dec 4, 2021, 6:43 PM IST

Updated : Dec 4, 2021, 10:50 PM IST

ଭୁବନେଶ୍ବର: ଏଗ୍ରିମେଣ୍ଟ ଆଳରେ ଦସ୍ତଖତ ନେଇ ଠକାମୀ । ହାଇଦ୍ରାବାଦରୁ ଠକାମୀ ପରେ ଭୁବନେଶ୍ବରରେ ଫସିଗଲା ଠକ। ଚାଟାର୍ଡ ଆସୋସିଏଟସ କମ୍ପାନୀ ଖୋଲି ରଚିଥିଲା ଠକେଇର ପ୍ଲାନ। ବଡ ବଡ କର୍ପୋରେଟ କମ୍ପାନୀର ମାଲିକଙ୍କୁ କରୁଥିଲା ଠକେଇ । ଏହି ଭଳି ଢଙ୍ଗରେ ୨ କୋଟି ୩୫ ଲକ୍ଷ ଠକେଇ ଅଭିଯୋଗରେ ଗିରଫ ହେଲା ଠକ। ଗିରଫ ପରେ ୭ ଦିନିଆ ରିମାଣ୍ଡରେ ନେବ ପୋଲିସ।

ଏଗ୍ରିମେଣ୍ଟ ଆଳରେ ଦସ୍ତଖତ ନେଇ ଠକାମୀ
ଏଗ୍ରିମେଣ୍ଟ ଆଳରେ ଦସ୍ତଖତ ନେଇ ଠକାମୀ, ଭୁବନେଶ୍ବରରୁ ହାଇପ୍ରୋଫାଇଲ ଠକ ଗିରଫ

ସୂଚନା ଅନୁଯାୟୀ ପଟିଆର ପ୍ରଜ୍ଞା ପ୍ରକାଶ ନାୟକ ନାମକ ଜଣେ ଠକକୁ ଗିରଫ କରିଛି ପୋଲିସ । ଭୁବନେଶ୍ବରରେ ଏକ ଚାଟାର୍ଡ ଆସୋସିଏଟସ ଅଫିସ ଖୋଲି ଟ୍ୟାକ୍ସ କନସଲଟାଣ୍ଟ ଭାବରେ କାର୍ଯ୍ୟ କରୁଥିଲେ। ବଡ ବଡ କମ୍ପାନୀର ଟ୍ୟାକ୍ସ ଅଡିଟ ଓ ଜିଏସଟି ଫାଇଲିଂ ପାଇଁ ସହଯୋଗ କରିଥିଲେ। ଏନେଇ ଅନେକ କମ୍ପାନୀର ମାଲିକ ସମେତ ହାଇପ୍ରୋଫାଇଲ ଲୋକ ଟ୍ୟାକ୍ସ ଫାଇଲିଂରେ ସହଯୋଗ ପାଇଁ ଅଫିସ ଖୋଲିଥିଲେ। ଏହି ସମୟରେ ଆସୁଥିବା କୋଟିପତି ଲୋକଙ୍କ ଆଗରେ ନିଜର ଠାଣି ଓ ଚାଲି ଚଳଣି ଜରିଆରେ ଏସବୁ ଲୋକକୁ ପ୍ରଭାବିତ କରାଉଥିଲେ। ଏହା ପରେ ସେମାନଙ୍କର ଵିଶ୍ବାସର ଫାଇଦା ନେଇ ଏଗ୍ରିମେଣ୍ଟ କରିବା ଏବଂ ଏଗ୍ରିମେଣ୍ଟରେ ସାଧା କାଗଜରେ ଦସ୍ତଖତ ନେଇ ସେହି ଲୋକ ତାଙ୍କଠୁ ଟଙ୍କା ନେଇଥିବା ଦର୍ଶାଉଥିଲେ‌। ଏହିପରି ଢଙ୍ଗରେ କିଛି ହାଇପ୍ରୋଫାଇଲ ଲୋକକୁ ଠକାମୀ କରୁଥିଲେ ।

ତେବେ ଲିଙ୍ଗରାଜ ଥାନା ଅଞ୍ଚଳର ଜଣେ ବ୍ୟକ୍ତିକୁ ୨ କୋଟି ୩୫ ଲକ୍ଷ ଠକେଇ କରିଥିଲେ । ଏହା ପରେ ଏନେଇ ପୋଲିସ ନିକଟରେ ଅଭିଯୋଗ ପରେ ଠକକୁ ଗି଼ରଫ କରିଛି କମିସନରେଟ ପୋଲିସ । ଏନେଇ ତାକୁ ୭ ଦିନିଆ ରିମାଣ୍ଡରେ ଆଣିଲେ ଏହି ଠକର ଠକ ସାମ୍ରାଜ୍ୟ ଚେର ଖୋଲିବ ବୋଲି ଜଣାପଡିଛି। ପୂର୍ବରୁ ଏହିଭଳି ଢଙ୍ଗରେ ହାଇଦ୍ରାବାଦରେ ଠକାମୀ କରି ଗିରଫ ହୋଇଥିଲା । ତେବେ କେବଳ ହାଇଦ୍ରାବାଦ ଓ ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ଠକାମି କରିଥିବା ପୋଲିସ ସନ୍ଦେହ କରୁଛି।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

Last Updated : Dec 4, 2021, 10:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.