ETV Bharat / city

ପ୍ରଶାନ୍ତ ରାଉତରାୟ ସ୍ମାରକୀ ଟି-20ରେ ହାଇକୋର୍ଟ ବାର ଆସୋସିଏସନ ଚାମ୍ପିଅନ

author img

By

Published : Feb 14, 2021, 7:48 PM IST

7ମ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଟି-20 କ୍ରିକେଟ ପ୍ରତିଯୋଗିତାରେ ପୁଣି ଥରେ ବିଜୟୀ ଲାଭ କରିଛି ହାଇକୋର୍ଟ ବାର ଆସୋସିଏସନ । ଅଧିକ ପଢନ୍ତୁ...

ପ୍ରଶାନ୍ତ ରାଉତରାୟ ସ୍ମାରକୀ ଟି-20ରେ ହାଇକୋର୍ଟ ବାର ଆସୋସିଏସନ ଚାମ୍ପିୟାନ

ଭୁବନେଶ୍ବର: ଗତ 9 ତାରିଖ ଠାରୁ ବିଜେବି ଖେଳ ପଡିଆ ପରିସରରେ ଆୟୋଜିତ ହେଉଥିବା 7ମ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଟି-20 କ୍ରିକେଟ ପ୍ରତିଯୋଗିତା ରବିବାର ଶେଷ ହୋଇଛି । ଏଥିରେ ପୂର୍ବ ବର୍ଷର ଚାମ୍ପିଅନ ହାଇକୋର୍ଟ ବାର ଆସୋସିଏସନ ପୁଣି ଥରେ ବିଜେତା ହେବା ସହ ଟ୍ରଫି ହାସଲ କରିଛି ।

ସମୁଦାୟ 8 ଗୋଟି ବାର ଅସୋସିଏସନ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବାବେଳେ ହାଇକୋର୍ଟ ବାର ଆସୋସିଏସନ ଓ ପୁରୀ ବାର ଆସୋସିଏସନ ଫାଇନାଲକୁ ପ୍ରବେଶ କରିଥିଲେ । ତେବେ ପ୍ରଥମ ଥର ପାଇଁ ଫାଇନାଲ ପ୍ରବେଶ କରିଥିବା ପୁରୀ ବାର ଆସୋସିଏସନ ପୂର୍ବ ଚମ୍ପିୟାନ କଟକକୁ ହରାଇବାରେ ବିଫଳ ହେବା ସହ ରନର୍ସ ଅପ ହୋଇଥିଲା ।

ସେହିପରି ଏହି ଅବସରରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ମଧ୍ୟ ଆୟୋଜନ ହୋଇଥିଲା । ଯେଉଁଥିରେ ଜର୍ଜ ଏକାଦଶ ପ୍ରେସିଡେଣ୍ଟ ଏକାଦଶକୁ ହରାଇ ଚାମ୍ପିୟନ ଆଖ୍ୟା ହାସଲ କରିଛି । ଭୁବନେଶ୍ୱର ବାର ଆସୋସିଏସନ ପକ୍ଷରୁ ଆୟୋଜିତ ହେଉଥିବା ଏହି ଉତ୍ସବରେ ଜଷ୍ଟିସ ପ୍ରମୋଦ ପଟ୍ଟନାୟକ ଓ ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ବିଜେତା ଦଳ ଓ କ୍ରୀଡ଼ାବିତଙ୍କୁ ସମ୍ମାନିତ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.