ଭବୁନେଶ୍ବର: ବଢୁଛି ବାତ୍ୟା 'ବୁଲ୍ବୁଲ୍'ର ବେଗ । ଘଣ୍ଟାପ୍ରତି 27 କିମି ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି । ଏବେ ଏହା ପାରାଦୀପଠାରୁ 510 କିମି ଦୂରରେ ରହିଛି ।

ଧୀରେ ଧୀରେ ବଢୁଛି ଏହାର ପ୍ରକୋପ । ଶୁକ୍ରବାର ଏହା ଅତି ଭୟଙ୍କର ରୁପ ନେବ । ଫଳରେ ଶୁକ୍ରବାର ଅପରାହ୍ନରେ ଓଡ଼ିଶାରେ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି । ଏହାପରେ ଶନିବାର ଅର୍ଥାତ 9 ତାରିଖ ସକାଳୁ ମଧ୍ୟ ବର୍ଷାର ପ୍ରକୋପ ବଢ଼ିବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି 80ରୁ 90 କିମି ରହିବ ବୋଲି ଆଇଏମଡିର ତରଫରୁ ସୂଚନା ଦିଆଯାଇଛି ।

ତେବେ ଓଡ଼ିଶାରେ ବାତ୍ୟା ଲାଣ୍ଡଫଲ କରିବ ନାହିଁ । କିନ୍ତୁ ପଶ୍ଚିମବଙ୍ଗ ହୋଇ ବାଂଲାଦେଶ ଅତିକ୍ରମ କରିବାର ଥିଲେ ହେଁ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବା ତାହା ସ୍ପଷ୍ଟ ହୋଇ ନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ