ETV Bharat / city

ଆସନ୍ତାକାଲି ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ମିଆଁମାର ଅଞ୍ଚଳରେ ସକ୍ରିୟ ଘୁର୍ଣ୍ଣିବଳୟ ଆଜି ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି(whirlwind effect on Odisha) । ଫଳରେ ଆସନ୍ତାକାଲି ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର(heavy rainfall expected odisha north coastal area) । ଅଧିକ ପଢ଼ନ୍ତୁ

ଆସନ୍ତାକାଲି ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଆସନ୍ତାକାଲି ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
author img

By

Published : Aug 23, 2022, 8:22 PM IST

ଭୁବନେଶ୍ବର: ପୂର୍ବ-କେନ୍ଦ୍ରୀୟ ଏବଂ ମିଆଁମାର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଉତ୍ତରପୂର୍ବ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି (whirlwind effect on Odisha) । ଫଳରେ ଆସନ୍ତାକାଲି ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର (heavy rainfall expected Odisha north coastal area) । ଆସନ୍ତା ୨୪ଘଣ୍ଟାରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ନେଇ ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ସକ୍ରିୟ ଘୁର୍ଣ୍ଣିବଳୟ ଯୋଗୁଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଫଲରେ ବନ୍ୟା ବିପନ୍ନଙ୍କ ଅବସ୍ଥା ଆହୁରି ସାଙ୍ଘାତିକ ହେବା ନେଇ ଆଶଙ୍କା ଦେଖା ଦେଇଛି । ଏହାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତା ସହିତ ଦକ୍ଷିଣ ପୂର୍ବ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାର କରାଯାଇଛି । ସୁନ୍ଦରଗଡ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ପୁରୀ, ଗଞ୍ଜାମ, ଗଜପତି ଓ ଖୋର୍ଦ୍ଧାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏହା ବି ପଢ଼ନ୍ତୁ ଟଳିନି ବନ୍ୟା ବିପଦ, ବର୍ଷାରେ ବୁଡ଼ିବ ଉତ୍ତର ଓଡିଶା !

ଆସନ୍ତାକାଲି(ବୁଧବାର) ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେଓଗଡ଼ରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ସହ ଅନ୍ୟ ୧୦ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ତେବେ ଅଗଷ୍ଟ ୨୫ ତାରିଖରୁ ବର୍ଷା କମିବ । ଚଳିତ ବର୍ଷ ଜୁନ୍‌ ପହିଲାରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ରାଜ୍ୟରେ ୯୪୧.୯ ମିମି ବର୍ଷା ରେକର୍ଡ କରାଯାଇଛି । ଏହି ସମୟର ସ୍ୱାଭାବିକ ବର୍ଷା ୮୨୨.୯ ମିମି ତୁଳନାରେ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ଏହି ସମୟ ମଧ୍ୟରେ କନ୍ଧମାଳରେ ସ୍ୱାଭାବିକଠାରୁ ୭୧ ପ୍ରତିଶତ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି ।

ଏହାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି, "ଗତ ୨୪ ଘଣ୍ଟା ମଧ୍ୟରେ କିଛିକିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଜୁନ୍‌ 1ରୁ ଅଗଷ୍ଟ ୨୨ ତାରିଖ ମଧ୍ୟରେ ରାଜ୍ୟରେ ୯୪୧.୯ ମିମି ବର୍ଷା ହୋଇଛି । ସ୍ବାଭାବିକ ବର୍ଷା ୮୨୨.୯ ମିମି ତୁଳନାରେ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଛି । ଆସନ୍ତାକାଲି କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଉପୂକୁଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେଓଗଡ଼ରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.