ETV Bharat / city

ଟଳିନି ବିପଦ, 2 ଜିଲ୍ଲାରେ ଛେଚିବ ବର୍ଷା

author img

By

Published : Sep 14, 2021, 10:21 PM IST

Updated : Sep 14, 2021, 10:43 PM IST

ଆସନ୍ତା 24 ଘଣ୍ଟା ତଥା ବୁଧବାର ସକାଳ ୮.୩୦ ମଧ୍ୟରେ ଝାରସୁଗୁଡା ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ଦୁଇଟି ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଟଳିନି ବିପଦ, 2 ଜିଲ୍ଲାରେ ଛେଚିବ ବର୍ଷା
ଟଳିନି ବିପଦ, 2 ଜିଲ୍ଲାରେ ଛେଚିବ ବର୍ଷା

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ବେହାଲ ରାଜ୍ୟର ସ୍ଥିତି । ବର୍ଷା ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସମୁଦାୟ ୨୦ ଜିଲ୍ଲାରେ ବର୍ଷା କରାଳ ରୂପ ନେଇଛି । ଏହାରି ମଧ୍ୟରେ ପୁଣି ୨ ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ଆଶଙ୍କା କରିଛି ପାଣିପାଗ ବିଭାଗ ।

ଟଳିନି ବିପଦ, 2 ଜିଲ୍ଲାରେ ଛେଚିବ ବର୍ଷା

ଆସନ୍ତା 24 ଘଣ୍ଟା ତଥା ବୁଧବାର ସକାଳ ୮.୩୦ ମଧ୍ୟରେ ଝାରସୁଗୁଡା ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ଦୁଇଟି ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି । ନୂଆପଡା, ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷାନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

ମୋଟ ୧୧୧ଟି ବ୍ଲକର ୩୬୯୬ ଲୋକଙ୍କ ଜୀବନ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ଖୋର୍ଦ୍ଧା ଓ ଯାଜପୁରରେ ସର୍ବାଧିକ ୧୦ଟି ଲେଖାଏଁ ବ୍ଲକ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ପ୍ରାୟ ୨୭ଟି ପୌରାଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି । ପୌରାଞ୍ଚଳ ଓ ବ୍ଲକ ମିଶାଇ ମୋଟ ୨୦ ଲକ୍ଷ ୪୬ ହଜାର ୧୨୨ ଜଣ ଲୋକ ବର୍ଷା ଯୋଗୁଁ ହୀନସ୍ତା ହୋଇଛନ୍ତି । ଏହାସହ ମୋଟ ୪ ଜଣଙ୍କ ପ୍ରାଣହାନୀ ମଧ୍ୟ ହୋଇଛି । ବର୍ଷା ଦାଉରୁ ରକ୍ଷା କରିବା ପାଇଁ ୧୩ ହଜାର ୫୩୪ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଖାଲି ସେତିକି ନୁହେଁ, ତୁହାକୁ ତୁହା ବର୍ଷାରେ ଦୁଇ ହଜାର ୨୮୭୦ଟି ଘର ଭାଙ୍ଗିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 14, 2021, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.