ଭୁବନେଶ୍ବର: କିଛି ଦିନ ଧରି ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଆଉ କିଛି ଘଣ୍ଟାର ବର୍ଷାରେ ବେହାଲ ସ୍ମାର୍ଟସିଟି । ପାଣି ଘେରରେ ଫସି ରହୁଛନ୍ତି ସହରବାସୀ ।
ରାଜଧାନୀରରେ କେତେକ ଅଞ୍ଚଳ ରହିଛି ଯେଉଁଠି ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ଉଚ୍ଚର ପାଣି ଚାଲେ । ଫଳରେ ରାସ୍ତାରେ ଯା ଆସ କରିବା ମୁସ୍କିଲ ହୋଇପଡେ । ସେହିଭଳି କେତେକ ଅଞ୍ଚଳ ହେଉଛି ନୟାପଲ୍ଲୀ, ଜୟଦେବ ବିହାର, ଆଚାର୍ଯ୍ୟ ବିହାର । ଏହାସହ ବେଳେବେଳେ ଘର ଭିତରେ ମଧ୍ୟ ପାଣି ପସିଯାଉଛି ଯାହାକୁନେଇ ବହୁ ଅସୁବିଧାରେ ଦିନ କାଟୁଛନ୍ତି ସହରବାସୀ ।
ଶନିବାର ମାତ୍ର 20 ମିନିଟର ବର୍ଷାରେ ସହରର ଅନେକ ଅଞ୍ଚଳ ଜଳବନ୍ଦୀ । ତେବେ କେବେ ସୁଧୁରିବ ରାଜଧାନୀବାସୀଙ୍କ ବର୍ଷା ଜନିତ ଅବସ୍ଥା ଏନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ