ETV Bharat / city

ରାଜ୍ୟରେ ବର୍ଷା ସ୍ଥିତି ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ - Heavy Rain Batters Several Districts In Odisha

ବର୍ତ୍ତମାନ ୧୦ ଜିଲ୍ଲାକୁ ରେଡ ଜୋନ ଓ ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଏହାସହ ୫ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ଲଗାଣ  ବର୍ଷାରେ ବେହାଲ ରାଜ୍ୟ,  ଜଣେ ମୃତ
ଲଗାଣ ବର୍ଷାରେ ବେହାଲ ରାଜ୍ୟ, ଜଣେ ମୃତ
author img

By

Published : Aug 20, 2020, 1:44 PM IST

Updated : Aug 20, 2020, 4:51 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ବର୍ଷା ବିତ୍ପାତ । ଦକ୍ଷିଣରୁ ଉତ୍ତର, ଉପକୂଳରୁ ଅଭ୍ୟନ୍ତରୀଣ ଓଡିଶା, ସବୁଠୁ ଲଗାଣ ବର୍ଷା ଜାରି ରହିଛି । ଏନେଇ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ୧୦ ଜିଲ୍ଲାକୁ ରେଡ ଜୋନ ଓ ୯ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଏହାସହ ୫ ଜିଲ୍ଲାରେ ୧୦୦ ମିଲିମିଟର ବର୍ଷା ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ମାଲକାନଗିରିରେ ଜଳବନ୍ଦୀ ସ୍ଥିତି ଏବେ ବି ରହିଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନେ ଆର୍ଲଟ ଅଛନ୍ତି ।

ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ

ତେବେ ଯଦିଓ ବିଶେଷ କ୍ଷୟକ୍ଷତି ହୋଇନି ତଥାପି କଚ୍ଚାଘର ଭାଙ୍ଗିଯାଇଛି । ମୟୂରଭଞ୍ଜ ଜିଲ୍ଲାର ଦୁଇଜଣ ଭାସିଯାଇଛନ୍ତି । ସେମାନେ ହେଲେ ବୁଧେଶ୍ଵର ମାଝି ଓ ମଙ୍ଗଳ ମାରାଣ୍ଡି । ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ଆଉ ଜଣେ ନିଖୋଜ ଅଛନ୍ତି । ସ୍ଥିତିର ନିୟନ୍ତ୍ରଣ ପାଇଁ ଏକ ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମ କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Aug 20, 2020, 4:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.