ଭୁବନେଶ୍ବର: ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଛି ପ୍ରାକ- ମୌସୁମୀ । ଆସନ୍ତା 5 ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କିଛି ସ୍ଥାନରେ 7ରୁ 11 ସେମି ଏବଂ ଅନ୍ୟ କେତେକ ସ୍ଥାନରେ 11ରୁ 22 ସେମି ବର୍ଷା ସମ୍ଭାବନା ରହିଛି ।
-
ସକ୍ରିୟ ପ୍ରାକ-ମୌସୁମୀ
— Meteorological Centre, Bhubaneswar (@mcbbsr) June 19, 2022 " class="align-text-top noRightClick twitterSection" data="
ମୌସୁମୀ ଅଗ୍ରସର ହେବା ପାଇଁ ବାଟ ଫିଟାଉଛି ପ୍ରାକ-ମୌସୁମୀ ବର୍ଷା pic.twitter.com/rj5CACIhWQ
">ସକ୍ରିୟ ପ୍ରାକ-ମୌସୁମୀ
— Meteorological Centre, Bhubaneswar (@mcbbsr) June 19, 2022
ମୌସୁମୀ ଅଗ୍ରସର ହେବା ପାଇଁ ବାଟ ଫିଟାଉଛି ପ୍ରାକ-ମୌସୁମୀ ବର୍ଷା pic.twitter.com/rj5CACIhWQସକ୍ରିୟ ପ୍ରାକ-ମୌସୁମୀ
— Meteorological Centre, Bhubaneswar (@mcbbsr) June 19, 2022
ମୌସୁମୀ ଅଗ୍ରସର ହେବା ପାଇଁ ବାଟ ଫିଟାଉଛି ପ୍ରାକ-ମୌସୁମୀ ବର୍ଷା pic.twitter.com/rj5CACIhWQ
ସେହିଭଳି ଆଭ୍ୟନ୍ତରିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ଅନୁମାନ କରାଯାଉଛି । ଏଥିପାଇଁ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କେତେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରାକ-ମୌସୁମୀ ସକ୍ରିୟ ହେବାକୁ ଥିବାବେଳେ ଆସନ୍ତା 23 ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ସୋମବାର କନ୍ଧମାଳ, ଗଞ୍ଜାମ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଓ କଟକରେ ପ୍ରବଳ ବର୍ଷା ହେବା ନେଇ ସୂଚନା ରହିଛି । ସେହିପରି ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।