ETV Bharat / city

ରଜ ମାହୋଲ, ନନ୍ଦନକାନନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ - ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ

ପହିଲି ରଜରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଜମିଛି । ଅଧିକ ପଢନ୍ତୁ

ରଜ ମାହୋଲ, ନନ୍ଦନକାନନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

author img

By

Published : Jun 14, 2022, 5:11 PM IST

ଭୁବନେଶ୍ବର: ଆଜି ପହିଲି ରଜ (Raja Festival) । ଏହି ଅବସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ (Nandankanan National Park)ରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଜମିଛି । ଭିଡକୁ ନିୟନ୍ତ୍ରଣ କରିବାକୁ ପୋଲିସର ଏକ ଟିମ ରହିବା ସହ କୌଣସି ଦୁର୍ଘଟଣାକୁ ଆୟତ୍ତ କରିବା ପାଇଁ ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ସଜାଗ ହୋଇ ରହିଛନ୍ତି ।

ରଜ ମାହୋଲ, ନନ୍ଦନକାନନରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼

ଆଜି ଠାରୁ 3 ଦିନ ଧରି ରଜ ଉତ୍ସବ। ରଜ ପର୍ବ ଥିବାରୁ ସକଳ 9ଟା ସମୟରୁ ଭିଡ ଆରମ୍ଭ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଅନେକ ପଦକ୍ଷେପ ନେଇଛନ୍ତି । ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ସହିତ ଅଧିକ ଟିକେଟ କାଉଣ୍ଟର ଖୋଲା ଯାଇଛି । ଯାହାକି ପର୍ଯ୍ୟଟକମାନେ ଟିକେଟ ସୁବିଧା ଭାବରେ ନେଇପାରିବେ । ଏହାସହ ଅନଲାଇନ ଟିକେଟକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି । ଯାହା ଫଳରେ ଭିଡ କମାଇ ଦିଆଯାଇପାରିବ ।

ଏହାସହ ସିସିଟିଭି ମାଧ୍ୟମରେ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଉଛି । ପର୍ଯ୍ୟଟକମାନଙ୍କ ପାଖରୁ ବିଭିନ୍ନ ସମୟରେ ପକେଟ୍ ମାର ହେଉଥିବାରୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୋଲିସ ମୁତୟନ କରୁଛନ୍ତି । ବୋଟିଂ ସ୍ଥଳରେ କୌଣସି ଅଘଟଣକୁ ଏଡାଇବା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଟିମ୍ ନିୟୋଜିତ ରହିଛନ୍ତି । କୌଣସି ପର୍ଯ୍ୟଟକମାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେଲେ ସ୍ବାସ୍ଥ୍ୟ ବିଭାଗ ନିୟୋଜିତ ରହିଛନ୍ତି ।

ଏହାସହ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଦୁଇ ପାଖରେ ଥିବା ଗାଁର ଜିଲ୍ଲା ପରିଷଦ ଓ ସରପଞ୍ଚ ମାନେ ରଜ ସମୟରେ ପର୍ଯ୍ୟଟକଙ୍କ କିପରି ଭାବରେ ଅସୁବିଧା ନହୁଏ ସେହିପରି ଭାବରେ ପଦକ୍ଷେପ ନେବେ । ରଜ ସମୟରେ ଦୈନିକ 30 ରୁ 35 ହଜାର ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସିଥାନ୍ତି । ତେବେ ଚଳିତ ବର୍ଷ ରଜ ସମୟରେ 30 ହଜାରରୁ ଅଧିକ ପର୍ଯ୍ୟଟକ ଆସିବେ ବୋଲି ଲକ୍ଷ୍ୟ ରଖାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.