ETV Bharat / city

ଖୋଲା ଆକାଶତଳେ କଟୁଛି ଜୀବନ; ରାତ୍ରି ଆଶ୍ରୟସ୍ଥଳୀରେ ଝୁଲୁଛି ତାଲା

ପ୍ରବଳ ଶୀତରେ ଥରୁଛି ଓଡ଼ିଶା । ହେଲେ ବେସାହାରଙ୍କ ପାଇଁ ନାହିଁ କୌଣସି ସୁବିଧା । ଆଶ୍ରୟସ୍ଥଳୀ ଥାଇ ମଧ୍ୟ ଲୋକେ ଖୋଲା ଆକାଶ ତଳେ ଶୀତ ରାତି ବିତାଉଛନ୍ତି ।

author img

By

Published : Dec 31, 2019, 9:49 AM IST

heavy cold wave in Odisha
ଖୋଲା ଆକାଶତଳେ ବିତୁଛି ଜୀବନ

ଭୁବନେଶ୍ବର: ଜାଡ ମାଡରେ ଘାଇଲା ସାରା ଓଡ଼ିଶା । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ପ୍ରବଳ ଶୀତ । କେଉଁଠି ଉଷୁମ ପୋଷାକ ପିନ୍ଧି କିଏ ଶୀତରୁ ଦୂରେଇବାକୁ ଚେଷ୍ଟା କରୁଛି ତ ଅନ୍ୟ କେଉଁଠି ନିଆଁ ପୁଇଁ ହେଉଛନ୍ତି । କିନ୍ତୁ ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଅସମ୍ଭାଳ ଶୀତରେ ରାଜଧାନୀର ଖୋଲା ଆକାଶ ତଳେ ଶୀତ କାକରରେ ରାତ୍ରୀ ଯାପନ କରୁଛନ୍ତି ।

ଖୋଲା ଆକାଶତଳେ ବିତୁଛି ଜୀବନ: ରାତ୍ରି ଆଶ୍ରୟସ୍ଥଳୀରେ ଝୁଲୁଛି ତାଲା

ବାସହୀନ ଲୋକଙ୍କ ପାଇଁ ନିକଟରେ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନଙ୍କର ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଥିଲେ । ଯେଉଁଥିରେ ଏମାନେ ଆଶ୍ରୟସ୍ଥଳୀ ଭାବେ ସ୍କୁଲ ଘରେ ରହିବାକୁ ନିର୍ଦ୍ଦେଶ ରହିଛି । ଏପରିକି ସହରାଞ୍ଚଳରେ ରାତିରେ ରହିବା ପାଇଁ ରାତ୍ରୀ ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି । ହେଲେ ଆଶ୍ରୟସ୍ଥଳୀମାନଙ୍କରେ ତାଲା ଝୁଲୁଥିବାବେଳେ, କେତେକ ସ୍ଥାନରେ ଏମାନଙ୍କୁ ଘଉଡାଇ ଦିଆଯାଉଥିବା ଅଭିଯୋଗ ହୋଇଛି । ୟୁନିଟ-3 ନମ୍ବରରେ ଥିବା ଏକ ରାତ୍ରି ଆଶ୍ରୟସ୍ଥଳୀ ବନ୍ଦ ଥିବାର ଦେଖିବାକୁ ମିଳିଛି ।

ସେହିପରି ସହରର ବିଭିନ୍ନ ଖୋଲା ସ୍ଥାନ ମାନଙ୍କରେ ଏପରି ଭାବେ ରହୁଥିବା ଲୋକଙ୍କୁ ସରକାରୀ ଭାବେ ଆଣି ଆଶ୍ରୟସ୍ଥଳୀରେ ରଖିବା ପାଇଁ ବ୍ୟବସ୍ଥା ଥିବା ସତ୍ତ୍ବେ ସେପରି କାର୍ଯ୍ୟ ପ୍ରଶାସନ ପକ୍ଷରୁ କରାଯାଉନଥିବାରୁ ସାଧାରଣ ନାଗରିକମାନେ କ୍ଷୋଭ ପ୍ରକାଶ କରିଛନ୍ତି। ରାଜଧାନୀର ଛାତି ଉପରେ ଏପରି ଭାବେ ଶହ ଶହ ଲୋକ ରହୁଥିବାବେଳେ ସରକାର କେବଳ ମିଛ ପ୍ରଚାର କରି 5 ଟି ଓ 'ମୋ ସରକାର' କଥା କହୁଛନ୍ତି। ଯଦି ସତରେ 5ଟି କାର୍ଯ୍ୟକରୁଛି ତେବେ ଏମାନଙ୍କ ପାଇଁ ଥିବା ବ୍ୟବସ୍ଥାରେ କେବେ ସୁଧାର ଆସିବ ବୋଲି ସେମାନେ କହିଛନ୍ତି।

ଭୁବନେଶ୍ବର ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଦେଶ ତଥା ରାଜ୍ୟରେ ଏବେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେଉଛି।ସେଥିପାଇଁ ଲୋକମାନେ ଟିକିଏ ଉଷୁମ ଖୋଜିବାକୁ କେତେ କଣ ପୋଷାକ ପିନ୍ଧିବା ଠାରୁ ଆରମ୍ଭ କରି ଏହା ର ପ୍ରଭାବ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି।ଅନେକ ସ୍ଥାନରେ ପ୍ରଶାସନ ପକ୍ଷରୁ ରାସ୍ତାକଡ଼,ବଜାର,ଷ୍ଟେସନ ଆଦି ସ୍ଥାନ ମାନଙ୍କରେ ଖୋଲା ଆକାଶତଳେ ବାସ କରୁଥିବା ବାସହୀନ ଲୋକମାନଙ୍କୁ ଏଥିରୁ ରକ୍ଷା ପାଇବା ଲାଗି ବିଭିନ୍ନ ପ୍ରକାର ସ୍ଥାନରେ ରହିବାର ବ୍ୟବସ୍ଥା କରିଥାନ୍ତି।ତେବେ ରାଜଧାନୀ ଭୁବନେଶ୍ୱରରେ ଏତେ ଶୀତ କାକରରେ ମଧ୍ୟ ଲୋକମାନେ ଖୋଲା ଆକାଶ ତଳେ ରାହୁଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯଉଥିବା ଜଣାଯାଉନାହିଁ।

Body:ନିକଟରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏହି ବାସହୀନ ଲୋକମାନଙ୍କୁ ସ୍କୁଲମାନଙ୍କର ଆଶ୍ରୟସ୍ଥଳୀଭାବେ ରହିବାକୁ ନିର୍ଦେଶ ଜାରି କରାଯାଇଛି।ଏମିତିକି ସହରାଞ୍ଚଳମାନଙ୍କର ଏହି ଲୋକମାନଙ୍କ ରାତିରେ ରହିବା ପାଇଁ ରାତ୍ରି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି।ତେବେ ଅନେକ ସ୍ଥାନରେ ଏହି ଆଶ୍ରୟ ସ୍ଥଳ ରେ ତାଲା ଝୁଲୁଥିବାବେଳେ ଅନେକ ସ୍ଥାନରେ ଯାଉଥିବ ଲୋକମାନଙ୍କୁ ସେଠାରେ ରହିବାକୁ ଦିଆ ନ ଯାଇ ଘଉଡ଼ାଇ ଦିଆଯାଉଥିବ ଲୋକମାନେ କହିଛନ୍ତି।ଏପରିକି ଆଜି ୟୁନିଟ 3 ନମ୍ବର ରେ ଥିବା ଏକ ରାତ୍ରି ଆଶ୍ରୟ ସ୍ଥଳ ବନ୍ଦ ଥିବା ବେଳେ ସେଠି କେହି ଲୋକ ରାହୁନଥିବା ଦେଖିବାକୁ ମିଳିଛି।
ସେହିପରି ସହରର ବିଭିନ୍ନ ଖୋଲା ସ୍ଥାନ ମାନଙ୍କରେ ଏପରି ଭାବେ ରହୁଥିବା ଲୋକମାନଙ୍କୁ ସରକାରୀଭାବେ ଆଣି ଆଶ୍ରୟସ୍ଥଳୀରେ ରଖିବା ପାଇଁ ବ୍ୟବସ୍ଥା ଥିବା ସତ୍ୱେ ସେପରି କାର୍ଯ୍ୟ ପ୍ରଶାସନ ପକ୍ଷରୁ କରାଯାଉନଥିବାରୁ ସାଧାରଣ ନାଗରିକମାନେ କ୍ଷୋଭ ପ୍ରକାଶ କରିଛନ୍ତି।ରାଜଧାନୀର ଛାତି ଉପରେ ଏପ୍ରିଭାବେ ଶହ ଶହ ଲୋକ ରହୁଥିବାବେଳେ ସରକାର କେବଳ ମିଛ ପ୍ରଚାର କରି 5ଟି ଓ ମୋସରକାର କଥା କହୁଛନ୍ତି।ଯଦି ସତରେ 5ଟି କାର୍ଯ୍ୟକରୁଛି ତେବେ ଏମାନଙ୍କ ପାଇଁ ଥିବା ବ୍ୟବସ୍ଥାରେ କେବେ ସୁଧାର ଆସିବ ବୋଲି ସେମାନେ କହିଛନ୍ତି।
ବାଇଟ-1-ରାସ୍ତାକଡ଼ ରେ ରହୁଥିବା ଲୋକ 1,2,3
ବାଇଟ-2-ଜଣେ ସାଧାରଣ ନାଗରିକ-
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.