ETV Bharat / city

ରାଜ୍ୟରେ ଖସୁଛି ପାରଦ, ବଢୁଛି ଶୀତ

ଦିନକୁ ଦିନ ପାରଦ ଖସିବା କାରଣରୁ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି। ଯାହାଫଳରେ ଆଜି(ବୁଧବାର) ରାଜ୍ୟର ୧୭ ସହରର ପାରଦ ୧୫ ଡିଗ୍ରୀ ତଳକୁ ଖସି ଆସିଛି । ଅଧିକ ପଢନ୍ତୁ...

author img

By

Published : Dec 2, 2020, 12:14 PM IST

Updated : Dec 2, 2020, 12:22 PM IST

ଖସୁଛି ପାରଦ, ବଢୁଛି ଶୀତ
ଖସୁଛି ପାରଦ, ବଢୁଛି ଶୀତ

ଭୁବନେଶ୍ବର: ସାରା ରାଜ୍ୟରେ ଏବେ ଖେଳିଯାଇଛି ଶୀତର ଲହରୀ । ଦିନକୁ ଦିନ ପାରଦ ଖସିବା କାରଣରୁ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି। ଯାହାଫଳରେ ଆଜି(ବୁଧବାର) ରାଜ୍ୟର ୧୭ ସହରର ପାରଦ ୧୫ ଡିଗ୍ରୀ ତଳକୁ ଖସିଆସିଛି । ଏହାସହ ୮.୮ ଡ଼ିଗ୍ରୀ ସହ ସୋନପୁର ପାଲଟିଛି ଥଣ୍ଡା ସହର।

ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରୀ ତାପମାତ୍ରା ତଳକୁ ଖସୁଛି। ଫୁଲବାଣୀରେ ୯.୦, ଅନୁଗୁଳ ୧୦, ଦାରିଙ୍ଗବାଡିରେ ୧୦.୫, ବାରିପଦାରେ ୧୨.୫, ଭବାନୀପାଟଣାରେ ୧୧.୫, କୋରାପୁଟରେ ୧୨.୬, କେନ୍ଦୁଝରରେ ୧୨.୨, ଝାରସୁଗୁଡାରେ୧୨.୯, ସୁନ୍ଦରଗଡରେ ୧୩, ତାଳଚେରରେ ୧୨.୩, ବୌଦ୍ଧରେ ୧୪ ରହିଛି ।

ସେହିଭଳି ବଲାଙ୍ଗିରରେ ୧୪ , କଟକରେ ୧୪.୨ , ଟିଟିଲାଗଡ ୧୪.୫, ଚାନ୍ଦବାଲିରେ ଠାରେ ୧୪.୬ ଡ଼ିଗ୍ରୀ, ଏବଂ ସମ୍ବଲପୁର ୧୪.୬ ଡ଼ିଗ୍ରୀ ରାତ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ବର ଠାରେ ରାତ୍ରୀ ତାପମାତ୍ରା ୧୫.୦ ଡ଼ିଗ୍ରୀ ଥିବା ରେକର୍ଡ ହୋଇଛି । ଆସନ୍ତା ୪ ରୁ ୫ ଦିନ ଏଭଳି ଶୀତ ଲହରୀ ଜାରି ରହିବ ବୋଲି ଭୁବନେଶ୍ବର ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Dec 2, 2020, 12:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.