ଭୁବନେଶ୍ବର: ପୁଣି ରାଜ୍ୟରେ ବଢିବ ତାପମାତ୍ରା । ପ୍ରଚଣ୍ଡ ତାତିରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଏଭଳି ଅବସ୍ଥା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
ଆସନ୍ତା 24 ଓ 25 ତାରିଖରେ 6ଟି ଜିଲ୍ଲାକୁ ହିଟୱେଭ ୱାର୍ଣିଂ ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର, ନୂଆପଡା, ଦେବଗଡ, ବୌଦ୍ଧ, ନବରଙ୍ଗପୁର ଏବଂ ବରଗଡ । ଏହି ଦୁଇ ଦିନ ଭିତରେ ତାପମାତ୍ରା 46 ଡ଼ିଗ୍ରୀ ପାର ହୋଇପାରେ ବୋଲି ସୂଚନା ମିଳିଛି । ସେପଟେ 12ଟି ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଉପରେ ଥିବା ବେଳେ ଦିନକୁ ଦିନ ତାପମାତ୍ର ଉପର ମୁହାଁ ହେଉଛି। ଗତ 24 ଘଣ୍ଟା ଭିତରେ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45 ଡିଗ୍ରି ରେକର୍ଡ କରାଯାଇଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ