ETV Bharat / city

ନିଆଁ ବର୍ଷା ! 40 ଡିଗ୍ରୀ ଡେଇଁଲା 17 ସହରର ତାପମାତ୍ରା - ପ୍ରବଳ ଖରା

ଅସହ୍ୟ ଗରମରେ ସିଝୁଛି ଓଡିଶା । ସୋମବାର ରାଜ୍ୟର 17 ଜିଲ୍ଲାରେ ପ୍ରବଳ ତାପମାତ୍ରା ରେକର୍ଡ ହୋଇଥିଲାବେଳେ ଉତ୍ତପ୍ତ ସହର ରହିଛି ବୌଦ୍ଧ । ଅଧିକ ପଢନ୍ତୁ..

ନିଆ ବର୍ଷା ! 40ଡିଗ୍ରୀ ଡେଇଁଲା 17 ସହର ତାପମାତ୍ରା

author img

By

Published : Apr 26, 2021, 10:39 PM IST

Updated : Apr 26, 2021, 11:07 PM IST

ଭୁବନେଶ୍ବର: ତତଲା ତାୱାରେ ଭାଜି ହେଉଛି ସମଗ୍ର ରାଜ୍ୟ । ଗ୍ରୀଷ୍ମ ପ୍ରବାହ ବଢିବା ସହ ଜାଳୁଛି ତାତି । ସୋମବାର ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି ।

ନିଆଁ ବର୍ଷା ! 40 ଡିଗ୍ରୀ ଡେଇଁଲା 17 ସହରର ତାପମାତ୍ରା

୪୩.୨ ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବୌଦ୍ଧ । ସେହିପରି ରାଜଧାନୀ ଭୁବନେଶ୍ବରରେ ୪୨.୫, ବଲାଙ୍ଗିରରେ ୪୨.୨, ଅନୁଗୋଳରେ ୪୨.୧, ନୟାଗଡ ଓ ଟିଟିଲାଗଡରେ ୪୨ ଡିଗ୍ରୀ, ତାଳଚେରରେ ୪୧.୬, ସୁନ୍ଦରଗଡରେ ୪୧.୫, ଝାରସୁଗୁଡାରେ ୪୧.୪, ବାରିପଦା ଓ ସମ୍ବଲପୁରରେ ୪୧.୨, ସୋନପୁର ଓ ଭବାନୀପାଟଣାରେ ୪୧ ଡିଗ୍ରୀ, ହୀରାକୁଦରେ ୪୦.୯, କଟକରେ ୪୦.୨, ବାଲେଶ୍ୱରରେ ୪୦.୧, ଫୁଲବାଣୀରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଏଥିସହ ଏପ୍ରିଲ 27 ଯାଏଁ ପ୍ରବଳ ଖରା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି । ତେବେ ଏପ୍ରିଲ୍ 28 ସକାଳ ପର୍ଯ୍ୟନ୍ତ କଟକ, ଖୋର୍ଦ୍ଧା ଏବଂ ଢେଙ୍କାନାଳରେ ଅଧିକ ଗ୍ରୀଷ୍ମ ପ୍ରବାହ ହେବ । ଏଣୁ ଲୋକଙ୍କୁ ସଚେତନ ସହ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Apr 26, 2021, 11:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.