ଭୁବନେଶ୍ବର: ଆସନ୍ତାକାଲି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଶୁଣାଣି ଆରମ୍ଭ କରିବେ । ବାସ୍ତବରେ ରାଜ୍ୟରେ ସିଟ୍ ସଂରକ୍ଷଣକୁ ନେଇ ତୀବ୍ର ଜନଅସନ୍ତୋଷ ରହିଛି । ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ଜିଲ୍ଲାପାଳଙ୍କ ପାଖରେ ବସି ଆଗରୁ ନିର୍ଦ୍ଧାରଣ କରିଥିବା ଅଭିଯୋଗ ହୋଇଛି । କେଉଁଠି କେଉଁ ସିଟ୍ ଦେଲେ ବିଜେଡିକୁ ଜିତିବାକୁ ସୁବିଧା ହେବ ତାହା ଉପରେ ଧ୍ୟାନ ଦିଆଯାଇଥିବା ଅଭିଯୋଗ କରିଥିଲେ ବିରୋଧୀ ।
ଜାତିଭିତ୍ତିକ ଉପରେ ଧ୍ୟାନ ଦିଆଯାଇ ନାହିଁ । ଏହାକୁ ନେଇ ସାରା ରାଜ୍ୟରେ ଅଭିଯୋଗର ସୁଅ ଛୁଟିଛି । ତେବେ ସରଂକ୍ଷଣ ବ୍ୟବସ୍ଥାକୁ ନେଇ କେତେକ ସଂଶୋଧନ କରିପାରନ୍ତି ରାଜ୍ୟ ସରକାର । ବିଜେପି ତୃଣମୂଳ ସ୍ତରରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଆସନରେ ବିଜୟ ପାଇଁ ବିଜେପିର ଲଗାତାର ବୈଠକ ଚାଲିଛି ।
"ଏହି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆମେ ପୁରା ପ୍ରସ୍ତୁତ ଅଛୁ । ତୃଣମୂଳ ସ୍ତରରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଯୋଗ୍ୟ ପ୍ରାର୍ଥୀ ଦେବୁ । ଗତଥର ନିର୍ବାଚନରେ ଯାହା ହୋଇଥିଲା ତା'ଠାରୁ କେମିତି ଭଲ ପ୍ରଦର୍ଶନ କରିବୁ ତାହା ଉପରେ ଗୁରୁତ୍ଵ ଦିଆଯାଉଛି ।" ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ