ଭୁବନେଶ୍ବର: ରାଜରାସ୍ତାରେ କୋଭିଡ ଯୋଦ୍ଧାଙ୍କ ଧାରଣା । ଦୀର୍ଘ 9 ମାସ ଧରି କରୋନା ମହାମାରୀ ସହିତ ଲଢେଇ କରି ଶେଷରେ ସେହି ଯୋଦ୍ଧାଙ୍କୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି । ଯାହାକୁ ନେଇ ରାଜରାସ୍ତାରେ କୋଭିଡ କିଟରେ ଧାରଣାରେ ବସିଛନ୍ତି । ଏହି ସ୍ୱାସ୍ଥ୍ୟକର୍ମୀ ମାନେ ଆଜି ନବୀନ ନିବାସ ଘେରାଉ କରିବାକୁ ଯୋଜନା କରିଥିବା ବେଳେ ମାଷ୍ଟର କ୍ୟାଣ୍ଟିନ ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଯାହା ଫଳରେ ମାଷ୍ଟର କ୍ୟାଣ୍ଟିନ ନିକଟରେ ଦୀର୍ଘ ସମୟ ଧରି ବସି ରହିଥିଲେ।
କୋଭିଡ 19 ମହାମାରୀ ଯୁଦ୍ଧରେ ପାରାମେଡିକାଲ ମେଡିକାଲ କର୍ମୀ ରାଜଧାନୀର ରାଜରାସ୍ତାରେ ଦୀର୍ଘ 24 ଦିନ ଧରି ଶୀତ କାକରରେ ବସି ରହିଛନ୍ତି । ସରକାର କୌଣସି ପ୍ରକାରର ସମବେଦନା କିମ୍ବା ସହଯୋଗର ପ୍ରସ୍ତାବ ଦେଇ ନାହିଁ । କରୋନା ମହାମାରୀ ସମୟରେ ଏମାନେ ଜୀବନକୁ ପାଣି ଛଡାଇ ଦେଶ ମାତୃକାର ସେବା ଦୀର୍ଘ 9 ମାସ ଧରି କରିଆସୁଥିଲେ । କରୋନା ମହାମାରୀ କମିଗଲା ପରେ ରାଜ୍ୟ ସରକାର କରୋନା ଯୋଧ୍ୟାଙ୍କୁ ଡଷ୍ଟବିନକୁ ଫୋପାଡଲା ଭଳି ବ୍ୟବହାର କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ