ଭୁବନେଶ୍ବର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ଏନେଇ ସୂଚନା ଦେଲେ ଭୁବନେଶ୍ବର ଏମ୍ସ ସୁପରିଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି । କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି ଦୁଇ ନେତା ।
ସୂଚନା ଅନୁଯାୟୀ, ବିଗତ କିଛି ଦିନ ହେବ କୋରୋନାରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଥିଲେ ପ୍ରଦୀପ୍ତ ନାଏକ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ବର୍ତ୍ତମାନ ସୁସ୍ଥ ଥିବାନେଇ ଡାକ୍ତରଖାନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏମ୍ସ ସୁପରିଟେଣ୍ଡେଣ୍ଟ କହିଛନ୍ତ ଯେ, ଗତ 50 ଦିନ ହେବ ପ୍ରଦୀପ୍ତ ଭେଣ୍ଟିଲେଟରରୁ ବାହାରିଛନ୍ତି । ବର୍ତ୍ତମାନ ସେ ICUରେ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି । ଆଉ କିଛିଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରି ଦିଆଯିବ ।
ସେହିପରି ବିଷ୍ଣୁ ସେଠୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା ନେଇ ମଧ୍ୟ ସୁପରିଟେଣ୍ଡଣ୍ଟ କହିଛନ୍ତି । ବିଷ୍ଣୁ ସେଠୀଙ୍କ କିଡନୀରେ ସାମାନ୍ୟ ଅସୁବିଧା ଅଛି, ସେ ମଧ୍ୟ କିଛିଦିନ ମଧ୍ୟରେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଏମ୍ସ ସୁପରିଟେଣ୍ଡଣ୍ଟ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ