ETV Bharat / city

ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରିଂକୁ ଝଟକା, କେନ୍ଦ୍ରକୁ ଲେଖିଲେ ଚିଠି - ଟୀକାକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଖବର

ଗ୍ଲୋବାଲ ଟେଣ୍ଡରିଂରେ ଭାଗ ନେଉନାହାନ୍ତି କମ୍ପାନୀ । କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଅଧିକ ପଢନ୍ତୁ...

Health minister Nabakishor das letter to union health minister
ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରିଂକୁ ଝଟକା,କେନ୍ଦ୍ରକୁ ଲେଖିଲେ ଚିଠି
author img

By

Published : Jun 1, 2021, 3:42 PM IST

ଭୁବନେଶ୍ବର: ଗ୍ଲୋବାଲ ଟେଣ୍ଡରିଂରେ ଭାଗ ନେଉନାହାନ୍ତି କମ୍ପାନୀ । କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏହା ସହ ବିଶ୍ଵ ବଜାରରୁ ଟିକା କିଣୁ ଭାରତ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ନବ ଦାସ ।

Health minister Nabakishor das letter to union health minister
ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରିଂକୁ ଝଟକା,କେନ୍ଦ୍ରକୁ ଲେଖିଲେ ଚିଠି

ଗ୍ଲୋବାଲ ଟେଣ୍ଡରିଂ ପ୍ରକ୍ରିୟାରେ କୌଣସି ବିଦେଶୀ କମ୍ପାନୀ ଟିକା ଟେଣ୍ଡରିଂ ପ୍ରକ୍ରିୟାରେ ଭାଗ ନେଇନଥିବା ହେତୁ କେନ୍ଦ୍ର ସରକାରଙ୍କ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଟିକା ସହଜରେ ମିଳିବା ନେଇ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡରିଂ କରିଥିଲେ। ପ୍ରିବିଡିଂରେ ଭାଗ ନେଲେନି ଟିକା କମ୍ପାନୀ ସେରମ ଓ ଭାରତ ବାୟୋଟେକ ଭଳି ବଡ କମ୍ପାନୀ । ଏହା ସହ ଖୁବ କମ କମ୍ପାନୀ ଭାଗ ନେଇଥିଲେ ମଧ୍ୟ ଯଥେଷ୍ଟ ଟିକା ରାଜ୍ୟ ସରକାର ପାଇବାରୁ ବଞ୍ଚିତ ହେବେ ବୋଲି ନବକିଶୋର ଦାସ ଲେଖିଛନ୍ତି। ଫଳରେ ରାଜ୍ୟ ସରକାରଙ୍କ ଗ୍ଲୋବାଲ ଟେଣ୍ଡରିଂକୁ ଧକ୍କା ଲାଗିଛି । ନବଦାସ ତାଙ୍କ ଚିଠିରେ ଲେଖିଛନ୍ତି ଯେ କମ୍ପାନୀ ମାନେ ସିଧାସଳଖ କେନ୍ଦ୍ର ସରକାରଙ୍କ ସହିତ ଡିଲ କରିବାକୁ ଚାହୁଁଛନ୍ତି ବୋଲି ନବ ଦାସ ଚିଠିରେ ଲେଖିଛନ୍ତି।

ତୁରନ୍ତ କେନ୍ଦ୍ର ସରକାର ହସ୍ତକ୍ଷେପ କରିବାକୁ ନବଦାସ ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁସାରେ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡରିଂ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ୨୮ରେ ପୁଣି ଥରେ ୭ ଦିନ ପାଇଁ ଟେଣ୍ଡରିଂ ବଢାଯାଇଥିଲା। ସୂଚନାଥାଉକି ରାଜ୍ୟରେ 30 ଟି ଜିଲ୍ଲାରେ ଟୀକାକରଣ ପ୍ରକ୍ରିୟା ଜାରୀ ରହିଛି । ରାଜ୍ୟରେ କୋଭାକ୍ସିନ ଓ କୋଭିସିଲ୍ଡ ଟୀକା ଲୋକଙ୍କୁ ଦିଆଯାଉଛି । ରାଜ୍ୟର ସମସ୍ତ ଲୋକଙ୍କ ପାଇଁ ଟିକା ବ୍ୟବସ୍ଥା କରିବା ପାଇଁ ସରକାର ଟେଣ୍ଟରିଂ ବ୍ୟବସ୍ଥା କରିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.