ETV Bharat / city

ଝାରସୁଗୁଡାରେ ନିର୍ମାଣଧିନ ହାର୍ଟ ହସ୍ପିଟାଲ ଆରମ୍ଭ ନେଇ ପ୍ରସ୍ତୁତି ବୈଠକ

author img

By

Published : Oct 12, 2022, 8:36 AM IST

ଝାରସୁଗୁଡ଼ା ଠାରେ ନିର୍ମାଣଧିନ ହାର୍ଟ ହସ୍ପିଟାଲ ଆରମ୍ଭ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ । ଅଧିକ ପଢନ୍ତୁ

ଝାରସୁଗୁଡାରେ ନିର୍ମାଣଧିନ ହାର୍ଟ ହସ୍ପିଟାଲ ଆରମ୍ଭ ନେଇ ପ୍ରସ୍ତୁତି ବୈଠକ
ଝାରସୁଗୁଡାରେ ନିର୍ମାଣଧିନ ହାର୍ଟ ହସ୍ପିଟାଲ ଆରମ୍ଭ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଝାରସୁଗୁଡ଼ା ଠାରେ ନିର୍ମିତ କାର୍ଡ଼ିଆକ କେୟାର ହସ୍ପିଟାଲ(Cardiac Care Hospital)କୁ ସରକାରୀ ଓ ଘରୋଇ ସହଭାଗିତାରେ ପରିଚାଳନା କରିବା ପାଇଁ ମଙ୍ଗଳବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦେଶର ପ୍ରତିଷ୍ଠିତ କର୍ପୋରେଟ ହସ୍ପିଟାଲଗୁଡିକ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାୟ ୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ପାଇଁ ୧୧୩ କୋଟି ବ୍ୟୟ କରାଯାଇଛି । ଏଥିପାଇଁ ମହାନଦୀ କୋଲ ଫିଲ୍ଡ ପକ୍ଷରୁ ଆବଶ୍ୟକ ପାଣ୍ଠି ଯୋଗାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଆବଶ୍ୟକ ଯନ୍ତ୍ରପାତିର ବ୍ୟବସ୍ଥା କରାଯାଇଛି ।

ସେହିପରି ଝାରସୁଗୁଡ଼ା ଠାରେ ପ୍ରାୟ ୬ ଏକର ଜମିରେ ୧୬୯ କୋଟି ଟଙ୍କା ବ୍ୟୟରେ ଏକ ୧୨୦ ଶଯ୍ୟା ବିଶିଷ୍ଟ କ୍ୟାନସର କେୟାର ହସ୍ପିଟାଲ ପ୍ରତିଷ୍ଠା କରାଯିବ । ଏଥିପାଇଁ ଜିଲ୍ଲା ମିନେରାଲ ଫଣ୍ଡରୁ ଅର୍ଥ ବ୍ୟୟ କରାଯିବ । ରାଜ୍ୟର ୮୫% ଅଧିକ ଜନସଂଖ୍ୟା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଅନ୍ତର୍ଗତ ହୋଇଥିବା ବେଳେ, ଏଥିରେ ଘରୋଇ ହସ୍ପିଟାଲର ୬୦% ଶଯ୍ୟା ସବୁବେଳେ କାର୍ଡଧାରୀଙ୍କ ଦ୍ବାରା ପୂରଣ ହେଉଛି । ଏହା ନିଶ୍ଚିତ ଭାବେ ଘରୋଇ ହସ୍ପିଟାଲଗୁଡିକ ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି ।

ଝାରସୁଗୁଡା ଏକ ଶିଳ୍ପଭିତ୍ତିକ ଜିଲ୍ଲା ହୋଇଥିବା ସହ ଏଠାକୁ ରେଳ ଓ ଆକାଶ ମାର୍ଗରେ ଗମନାଗମନର ସୁବିଧା ରହିଛି । ଏଠାରେ ମହାନଦୀ କୋଲ ଫିଲ୍ଡ, ଏନ୍‌ଟିପିସି, ବେଦାନ୍ତ, ଆଦିତ୍ୟ ବିର୍ଲା, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଆଦାନୀ ଗ୍ରୁପ ଭଳି କର୍ପୋରେଟ ହାଉସ୍ ରହିଛି । ଏଠାରେ ହସ୍ପିଟାଲ ପରିଚାଳନା ପାଇଁ ସମସ୍ତ ଅନୁକୂଳ ପରିସ୍ଥିତି ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ବର୍ଜ୍ୟ ଜଳରୁ ଜାଣି ହେବ କୋଭିଡ ସ୍ଥିତି, ଗବେଷଣା କରିବ RMRC

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭାଗୀୟ ଶାସନ ସଚିବ ଶାଳିନୀ ପଣ୍ଡିତ, ଜାତୀୟ ସ୍ବାସ୍ଥ୍ୟ ମିଶନର ନିଦ୍ଧେର୍ଶକ ଡା. ଡି ବୃନ୍ଦା, ଏମ୍‌ଏସ ଦରଭଙ୍ଗାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା ମାଧବାନନ୍ଦ କର, କ୍ୟାପିଟାଲ ହସ୍ପିଟାଲର କାର୍ଡିଓଲୋଜି ନିର୍ଦ୍ଦେଶକ ଡା ପ୍ରଭାତ କୁମାର ଦାଶ, ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏଥିରେ ଦିଲ୍ଲୀର ମେଦାନ୍ତ ଗ୍ରୁପ, ପାରସ ହସ୍ପିଟାଲ, ହାଇଦ୍ରାବାଦର ଓମେଗା ହସ୍ପିଟାଲ, ଏଆଇଜି ହସ୍ପିଟାଲ, ଆଷ୍ଟର ଗ୍ରୁପ୍‌, କେରଳ, ଆପୋଲୋ ଭୁବନେଶ୍ବରର, ଆମ୍ରି, କିମସ୍ ଓ ବରଗଡର ବିକାଶ ଗ୍ରୁପ ଅଫ୍ ହସ୍ପିଟାଲ ପ୍ରମୁଖର ପ୍ରତିନିଧିମାନେ ଅଂଶ ଗ୍ରହଣ କରିଥିଲେ । କିଛି ପ୍ରତିନିଧି ମଧ୍ୟ ଝାରସୁଗୁଡା ଗସ୍ତରେ ଯାଇ ସ୍ଥିତି ପରଖିବେ ବୋଲି ଜଣା ପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.