ETV Bharat / city

ରାଜ୍ୟରେ ସ୍ଥିତି ସୁଧୁରୁଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Feb 2, 2022, 1:04 PM IST

ରାଜ୍ୟରେ ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି । ରାଜ୍ୟରେ କୋରୋନା ସ୍ଥିତିରେ ସୁଧାର ଆସୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ରାଜ୍ୟର ସ୍ଥିତି ସୁଧୁରୁଛି
ରାଜ୍ୟର ସ୍ଥିତି ସୁଧୁରୁଛି

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି । ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଧୀରେ ଧୀରେ ସଂକ୍ରମଣ କମୁଛି। ରାଜ୍ୟରେ କୋରୋନା ସ୍ଥିତିରେ ସୁଧାର ଆସୁଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ରାଜ୍ୟର ସ୍ଥିତି ସୁଧୁରୁଛି

ଆର ଭାଲ୍ୟୁ, ପଜିଟିଭିଟି ରେଟକୁ ତୁଳନା କଲେ ଆମ ରାଜ୍ୟରେ ସ୍ଥିତି ଭଲ ଅଛି । ପିକ୍ ସମୟରେ ହସ୍ପିଟାଲରେ ଆଡମିସନ ରେଟ ଅଧିକ ଥାଏ। ପରିସଂଖ୍ୟାନ ଦେଖିଲେ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକ ଆଇସିୟୁ, ଭେଣ୍ଟିଲେଟରରେ ଅଛନ୍ତି । ଆଇସିୟୁ, ଭେଣ୍ଟିଲେଟରେ ଅଧିକ ମୋଟାଲିଟି କେସ ରହିଥାଏ। ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ମଧ୍ୟରୁ ୫୫ରୁ ୬୦ ପ୍ରତିଶତ, ଆଇସିୟୁରେ ଥିବା ୩୦ ପ୍ରତିଶତ ରୋଗୀଙ୍କ ମୄତ୍ୟୁ ହୋଇଥାଏ ।

ମୃତ୍ୟୁ ଅଡିଟ ରିପୋର୍ଟ ଆସିବା ପରେ ଏହି ରିପୋର୍ଟ ପ୍ରକାଶିତ ହେଉଛି । ଟ୍ରେଣ୍ଡ ଖସୁଛି । ଯେତିକି ଡେଥ ହୋଇଛି ତାର ଆନାଲିସିସ ନକଲେ କେଉଁ ଭ୍ୟାରିଏଣ୍ଟ ଯୋଗୁଁ ମୄତ୍ୟୁ ହୋଇଛି କହିହେବ ନାହିଁ। ଏ ସ୍ଥିତିରେ ସୁଧାର ଆସିବାକୁ ସମୟ ଲାଗିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ସେ ଆହୁରି କହିଛନ୍ତି ଓମିକ୍ରନର ଉପ ପ୍ରଜାତି ନେଇ ଆତିଙ୍କିତ ହେବା ଆବଶ୍ୟକ ନାହିଁ । ସଚେତନ ରହିଲେ ଏହା ପ୍ରତିହତ କରିହେବ । ଦାୟିତ୍ବ ସହକାରେ ରହିଲେ ଏହି ହ୍ରାସ ଟ୍ରେଣ୍ଡ ଜାରି ରହିବ । ଆଜି ରାଜ୍ୟରେ ୩୪୫୦ ପଜିଟିଭି ମାମଲା ଚିହ୍ନଟ ହୋଇଥିବା ବେଳେ ୧୯ ଜଣଙ୍କ ଜୀବନ ନେଇଛି ମହାମାରୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.