ETV Bharat / city

Health Director Advice: ଯାହାର ଲକ୍ଷଣ ରହୁଛି ସେମାନେ ସ୍କୁଲ୍ ଆସନି

ଭୀମସାରରେ ଛାତ୍ରଛାତ୍ରୀ କୋଭିଡ ସଂକ୍ରମଣ ଚିହ୍ନଟ ପରେ ଚିନ୍ତା ବଢିଛି । ଲକ୍ଷଣ ଥିଲେ ସ୍କୁଲ ନ ଆସିବାକୁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ (health director corona advice) । ଅଧିକ ପଢନ୍ତୁ

author img

By

Published : Nov 24, 2021, 4:36 PM IST

Health Director On Corona: ଯାହାର ଲକ୍ଷଣ ରହୁଛି ସେମାନେ ସ୍କୁଲ୍ ଆସନି

ଭୁବନେଶ୍ବର: ଏହି କିଛି ଦିନ ହେବ କୋରୋନା କଟକଣା ମଧ୍ୟରେ ଖୋଲିଛି ସ୍କୁଲ । ମାତ୍ର ବୁର୍ଲା ଭୀମସାର (VIMSAR Student tested positive)ରେ ଛାତ୍ରଛାତ୍ରୀ କୋଭିଡ ସଂକ୍ରମଣ ଚିହ୍ନଟ ପରେ ଚିନ୍ତା ବଢିଛି । ତେଣୁ ଯେଉଁ ମାନଙ୍କର ଲକ୍ଷଣ ଅଛି ସେମାନଙ୍କୁ ସ୍କୁଲ୍ ନ ଆସିବାକୁ ଅନୁରୋଧ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେ କହିଛନ୍ତି ଯେ, ସଂକ୍ରମିତଙ୍କ ସଂଖ୍ୟା ନୁହେଁ କେତେ ରୋଗୀ କେତେ ଗୁରୁତର ହେଉଛନ୍ତି ତା ଉପରେ ନଜର ପକାନ୍ତୁ । ଗୋଟେ ମାସର ତର୍ଜମା କଲେ ଏସବୁ ଜଣାପଡିବ । ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା କାମୁଛି, ମୃତ୍ୟୁ ସଂଖ୍ଯା ମଧ୍ୟ କମିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଏଣ୍ଡେମିକ ଆଡକୁ ଗତି କରୁଛି । ତେଣୁ ସଂକ୍ରମଣ ରହିବ, କିନ୍ତୁ ରୋଗୀଙ୍କ ଗମ୍ଭୀରତା କମିବ ।'

ଏଥିସହ ନିରଞ୍ଜନ ମିଶ୍ର କହିଛନ୍ତି ଯେ, ସୁନ୍ଦରଗଡ଼ରେ ୫୦ରୁ ଅଧିକ ସଂକ୍ରମଣ ହେବା ତୃତୀୟ ଲହର ନୁହେଁ ଏହା ଏକ ଘଟଣା ମାତ୍ର । ଗୋଟେ ଦିନରେ ପୂର୍ବାନୁମାନ କରିପାରିବା ନାହିଁ । ସ୍କୁଲ ଖୋଲିବା ଆବଶ୍ୟକ । ପିଲାମାନଙ୍କ ପାଇଁ ଶିକ୍ଷା ଆବଶ୍ୟକ । ଯାହାର ଲକ୍ଷଣ ରହୁଛି ସେ ସ୍କୁଲ ନ ଆସନ୍ତୁ । ମାସ୍କ, ସାମାଜିକ ଦୂରତା ରକ୍ଷା କରିବା ଏବଂ ସଚେତନ ରହିବା ନିହାତି ଜରୁରୀ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.