ETV Bharat / city

ରାଜ୍ୟରେ ବଢୁଛି ସଂକ୍ରମଣ, ସ୍ଥିତିଦେଖି ହସ୍ପିଟାଲ ବେଡ୍‌ ବୃଦ୍ଧିହେବ କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 15, 2022, 5:03 PM IST

ରାଜ୍ୟରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ପୂର୍ବ ଲହର ଅପେକ୍ଷା ବଢିବା ହାର କମ ରହିଛି ବୋଲି କହିଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟରେ ବଢୁଛି ସଂକ୍ରମଣ, ପୂର୍ବାପେକ୍ଷା ପଜିଟିଭ ବଢିବା ହାର କମ ରହିଛି କହିଲା ବିଭାଗ

ଭୁବନେଶ୍ବର: ଗତ କିଛି ମାସ ମଧ୍ୟରେ ରାଜ୍ୟରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । କିନ୍ତୁ ପୂର୍ବ ଲହର ଅପେକ୍ଷା ବଢିବା ହାର କମ ରହିଛି । ତେବେ ସଂକ୍ରମଣ ସ୍ଥିତି ଦେଖି ହସ୍ପିଟାଲ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର । ଏ ନେଇ ଡକ୍ଟର ବିଜୟ କହିଛନ୍ତି ଯେ, "ସଂକ୍ରମଣ ସହିତ ସଂକ୍ରମଣ ହାର ବି ବଢୁଛି । ପୂର୍ବ ଲହର ଅପେକ୍ଷା ବଢିବାର ଗତି କମ ରହିଛି । ହସ୍ପିଟାଲରେ ଭର୍ତ୍ତିହେବା ସ୍ଥିତି ବି ଉଦବେଗଜନକ ନାହିଁ ।

ରାଜ୍ୟରେ ବଢୁଛି ସଂକ୍ରମଣ, ପୂର୍ବାପେକ୍ଷା ବଢିବା ହାର କମ ରହିଛି କହିଲା ବିଭାଗ

ଏହା ବି ପଢନ୍ତୁ- Odisha Corona: ରାଜ୍ୟରେ 1000 ଟପିଲା ଦୈନିକ ସଂକ୍ରମଣ

ମୋଟ ୪୨ ଜଣ ଲୋକ ହସ୍ପିଟାଲରେ ଅଛନ୍ତି । ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ ଅଛି । ଗତକାଲି ମୁଖ୍ୟ ଶାସନ ସଚିବ ସମୀକ୍ଷା କରି ସ୍ଥିତି ଦେଖି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ସଂକ୍ରମଣ ଗ୍ରାଫରେ କେବେ ସ୍ଥିରତା ଆସିବ ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନାହିଁ ।" ସେ ଆହୁରି କହିଛନ୍ତି ଯେ, "ସରକାରଙ୍କ ପକ୍ଷରୁ ସର୍ଭେଲାନ୍ସ ଚାଲିଛି । ଏହାକୁ ଆଗକୁ ଅଧିକ ଜୋରଦାର କରାଯିବ । ସ୍ଥିତି ଦେଖି ହସ୍ପିଟାଲ ବେଡ୍‌ କ୍ଷମତା ବଢାଯିବ । ରାଜ୍ୟରେ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ।

ଟୀକାକରଣ ଉପରେ ଗୁରୁତ୍ବ ଦିଆଯାଇଛି । ସବୁ ଦିନର ପରିସଂଖ୍ୟାନକୁ ଆଧାର କରି ସରକାର ନିଷ୍ପତ୍ତି ନେଇଛନ୍ତି । ଲୋକେ କୋଭିଡ ନିୟମ ମାନିବା ଜରୁରୀ । ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି ସେମାନେ ଟେଷ୍ଟ କରନ୍ତୁ । ଆତଙ୍କିତ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.