ETV Bharat / city

ସାମ୍ଭାବ୍ୟ ତୃତୀୟ ଲହର, ସ୍ବାସ୍ଥ୍ୟ ବିଭାଗର ଜୋରଦାର ପ୍ରସ୍ତୁତି - ସାମ୍ଭାବ୍ୟ ତୃତୀୟ ଲହର

ରାଜ୍ୟରେ ସାମ୍ଭାବ୍ୟ ମହାମାରୀର ତୃତୀୟ ଲହରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ । ବୈଠକରେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ସ୍ବାସ୍ଥ୍ୟ ବିଶେଷଜ୍ଞ ହୋଇଥିଲେ ସାମିଲ । ଅଧିକ ପଢନ୍ତୁ...

third wave
third wave
author img

By

Published : Sep 21, 2021, 10:43 PM IST

ଭୁବନେଶ୍ବର: ରାଜ୍ୟରେ ସାମ୍ଭାବ୍ୟ ମହାମାରୀର ତୃତୀୟ ଲହରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକ । ବୈଠକରେ ଦେଶର ସମସ୍ତ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସ୍ବାସ୍ଥ୍ୟ ବିଶେଷଜ୍ଞ ହୋଇଥିଲେ ସାମିଲ ।

ସାମ୍ଭାବ୍ୟ ତୃତୀୟ ଲହର, ସ୍ବାସ୍ଥ୍ୟ ବିଭାଗର ଜୋରଦାର ପ୍ରସ୍ତୁତି

ବୈଠକ ପରେ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ତୃତୀୟ ଲହର ପାଇଁ ସତର୍କ ଓ ସଜାଗ ରହିବା ଜରୁରୀ । ତୃତୀୟ ଲହର ପାଇଁ ଚିକିତ୍ସା, ଭିତ୍ତିଭୂମି ଓ ତାଲିମକୁ ଏବେ ଗୁରୁତ୍ବ ଦିଆଯାଉଛି । ସାମ୍ଭାବ୍ୟ ତୃତୀୟ ଲହରକୁ ନେଇ ସମୀକ୍ଷା ବୈଠକ ହୋଇଥିଲା । ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ସଜାଗ ସତର୍କ ରହିବାକୁ ପଡିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ସେହିପରି ତୃତୀୟ ଲହରର ମୁକାବିଲା ପାଇଁ ଟିକାକରଣ ଚାଲୁଛି, ସର୍ଭିଲାନ୍ସ ଜାରି ରହିଛି । ଶିଶୁଙ୍କ ଚିକିତ୍ସା ଉପରେ ଗୁରୁତ୍ବ ଦେବାକୁ ବ୍ୟବସ୍ଥା ହେଉଛି । ତୃତୀୟ ଲହର ପାଇଁ 3 ଟି ଜିନିଷ ଉପରେ ଗୁରୁତ୍ବ ଦିଆଯାଉଛି । ଯଦି କଟକଣା ନ ମାନିବା ତେବେ ସଂକ୍ରମଣ ବଢିବାର ଅଧିକ ସମ୍ଭାବନା ରହୁଛି ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.