ETV Bharat / city

ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ସର୍ଭିଲାନ୍ସ ସହ ଔଷଧ ମହଜୁଦ ପାଇଁ ନିର୍ଦ୍ଦେଶ

ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ନିର୍ଦ୍ଦେଶ ଦେଇଛି । ଯେଉଁ ସ୍ଥାନରେ ପାଣି ପଶିଛି କିମ୍ବା ଯେଉଁଠି ପାଣି ଘେରରେ ଲୋକେ ଅଛନ୍ତି, ସେଠି ସର୍ଭିଲାନ୍ସ ବଢାଅ । ଜରୁରୀକାଳୀନ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢ଼ନ୍ତୁ...

author img

By

Published : Sep 14, 2021, 5:04 PM IST

ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତୁତି, ସର୍ଭେଲାନ୍ସ ସହ ଔଷଧ ମହଜୁଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଲଘୁଚାପ ପାଇଁ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ରାଜ୍ୟରେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ଷା ଯୋଗୁଁ ଅଧିକାଂଶ ଲୋକ ମଧ୍ୟ ଜଳବନ୍ଦୀ ହୋଇ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ଓ ବ୍ଲକ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲିବା ସହ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ସ୍ଥାନରେ ପାଣି ପଶିଛି କିମ୍ବା ଯେଉଁଠି ପାଣି ଘେରରେ ଲୋକ ଅଛନ୍ତି ସେଠି ସର୍ଭିଲାନ୍ସ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକାରୀଙ୍କୁ ଜରୁରୀକାଳୀନ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କେଉଁଠି ଝାଡ଼ା, ବାନ୍ତି ଭଳି ରୋଗ ବ୍ୟାପୁଥିଲେ ସେନେଇ ତୁରନ୍ତ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦେବେ ଜିଲ୍ଲା ଅଧିକାରୀ । ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଦୁଇଦିନ ହେଲା ତୁହାକୁ ତୁହା ବର୍ଷା ଜାରି ରହିଛି । ଫଲରେ ଅନେକ ଜଳବନ୍ଦୀ ହୋଇ ରହିଛନ୍ତି । ଗତମାସ ସୁଦ୍ଧା ରାଜ୍ୟରେ ବର୍ଷାର ଦେଖା ଦର୍ଶନ ନଥିବା ବେଳେ ଚଳିତ ମାସର ବର୍ଷାରେ ଲୋକଙ୍କ ପରିସ୍ଥିତି ବିଗାଡ଼ି ଦେଇଛି । ପାଣି ଜମିବା ଯୋଗୁଁ ଡାଇରିଆ, ଟାଇଫଏଡ ଭଳି ରୋଗ ବ୍ୟାପିବାର ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାପାଳ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.