ଭୁବନେଶ୍ବର: 28 ଦିନ ପାଇଁ ଛୁଟିରେ ଗଲେ ସ୍ବାସ୍ଥ୍ୟ ବିଭାଗର ACS ପ୍ରଦୀପ୍ତ ମହାପାତ୍ର । ସେ ସେପ୍ଟେମ୍ବର 14ରୁ ଅକ୍ଟୋବର 15 ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ସୂଚନା ମିଳିଛି । ତେବେ ତାଙ୍କ ସ୍ଥାନରେ ଆସ୍ଥାୟୀଭାବେ ଦାୟିତ୍ବ ତୁଲାଇବେ କୃଷି ଉନ୍ନୟନ ବିଭାଗର କମିଶନର ରାଜ କୁମାର ଶର୍ମା ।
ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ଏସିଏସ୍) ପ୍ରଦୀପ କୁମାର ମହାପାତ୍ରଙ୍କୁ 28 ଦିନ ଅବଧି ପାଇଁ ଛୁଟି (EL) ପ୍ରଦାନ କରାଯାଇଛି । ତେବେ ବ୍ୟକ୍ତିଗତ ଭିତ୍ତିରେ ସେପ୍ଟେମ୍ବର 14ରୁ ଅକ୍ଟୋବର 11 ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ, ସାଧାରଣ ପ୍ରଶାସନ ଏବଂ ପିଜି ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ