ETV Bharat / city

Vaccination: ରାଜ୍ୟରେ ୬ କୋଟି ଟପିଛି ଟୀକାକରଣ, କର୍ବେଭାକ୍ସ ନେଇ ସୂଚନା ଦେଲେ ବିଜୟ ପାଣିଗ୍ରାହୀ

author img

By

Published : Feb 22, 2022, 3:56 PM IST

ରାଜ୍ୟରେ ଟୀକାକରଣ ଜାରି ରହିଛି । 12 ରୁ 18 ବର୍ଷ ବୟସ ପାଇଁ କର୍ବେଭାକ୍ସ ଟିକା ଜରୁରୀକାଳୀନ ସ୍ଥିତିରେ ଦିଆଯିବ କହିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

Vaccination
Vaccination

ଭୁବନେଶ୍ବର: ରାଜ୍ୟରେ ଟୀକାକରଣ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ପ୍ରଥମ ଡୋଜ ନେଇଛନ୍ତି ୯୫ ପ୍ରତିଶତ । କେନ୍ଦ୍ର ସରକାର ଯେଉଁ ଟାର୍ଗେଟ ଦେଇଥିଲେ, ତଦନୁସାରେ ୯୫ ପ୍ରତିଶତ ଟିକା ନେଇଛନ୍ତି । ଉଭୟ ଡୋଜ ନେଇଛନ୍ତି ୮୦.୬ ପ୍ରତିଶତ । ୧୫ ରୁ ୧୭ ବର୍ଷ ପିଲାଙ୍କ ଟୀକାକରଣ ଚାଲିଛି । ଯେତିକି ଟାର୍ଗେଟ ଥିଲା ସେଥିରୁ ୭୬ ପ୍ରତିଶତ ନେଇ ସାରିଲେଣି । ଦ୍ବିତୀୟ ଡୋଜ ନେବାକୁ ଥିବା ପିଲାଙ୍କ ମଧ୍ୟରୁ ୫୬ ପ୍ରତିଶତ ଟିକା ନେଲେଣି । ପ୍ରିକସନ ଡୋଜ ଚାଲିଛି । ଶତ ପ୍ରତିଶତ ଲୋକ ପ୍ରିକସନ ଡୋଜ ନେଇ ସାରିଥିବା କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଟୀକାକରଣ ନେଇ କେନ୍ଦ୍ର ଓ ରାଜ୍ୟର ତଥ୍ୟରେ ତାଳମେଳ ରହୁନଥିବା ପ୍ରସଙ୍ଗରେ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି, କେନ୍ଦ୍ର ସରକାର ଯେଉଁ ତଥ୍ୟ ଦେଇଛନ୍ତି ତାହା ପ୍ରୋଜେକ୍ଟେଡ଼ ତଥ୍ୟ । ଜନଗଣନା ଆଧାରରେ କେନ୍ଦ୍ର ସରକାର ଏହି ତଥ୍ୟ ଦେଇଛନ୍ତି । ସେହି ଅନୁସାରେ ମୋଟ ୩ କୋଟି ୨୫ ଲକ୍ଷ ୨୮ ହଜାର ହିତାଧିକାରୀ ହେବା କଥା । କିନ୍ତୁ ହର ଘର ଦସ୍ତକ ଅଭିଯାନ ପରେ ଯେଉଁ ତଥ୍ୟ ଆସିଛି ସେହି ଅନୁସାରେ ୯୯ ପ୍ରତିଶତ ପ୍ରଥମ ଡୋଜ ଟୀକାକରଣ ଶେଷ ହୋଇଛି ।

କେନ୍ଦ୍ର ତଥ୍ୟ ଅନୁସାରେ ୬୦ ବର୍ଷରୁ ଊର୍ଦ୍ଧ୍ବ ୪ ଲକ୍ଷରୁ ଅଧିକ ବ୍ୟକ୍ତି ଅଛନ୍ତି । କିନ୍ତୁ ରାଜ୍ୟର ତଥ୍ୟ ଅନୁସାରେ ଏହି ସଂଖ୍ୟା ବହୁତ କମ୍ । ବାହାରେ ରହୁଥିବା ଅନେକ ଲୋକେ ସେହି ସ୍ଥାନରେ ଟିକା ନେଉଥିବାରୁ ତଥ୍ୟରେ ତାଳମେଳ ରହୁନାହିଁ । 12 ରୁ 18 ବର୍ଷ ବୟସ ପାଇଁ କର୍ବେଭାକ୍ସ ଜରୁରୀକାଳୀନ ସ୍ଥିତିରେ ଦିଆଯିବ । କିନ୍ତୁ ସାଧାରଣ ଭାବେ ଏହା ସମସ୍ତଙ୍କୁ ଦେବା ପାଇଁ ନିର୍ଦ୍ଦେଶ ନାହିଁ ବୋଲି ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.