ETV Bharat / city

ଏଯାଏଁ 16 ଲକ୍ଷ ଲୋକ ନେଇ ନାହାନ୍ତି ଦ୍ବିତୀୟ ଡୋଜ, ଆଗରେ ମୟୂରଭଞ୍ଜ - ଦ୍ବିତୀୟ ଡୋଜ ଟୀକାକରଣ

ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଦ୍ବିତୀୟ ଡୋଜ ନେବାର ଅବଧି ଅତିକ୍ରମ କରିଗଲାଣି । ଏଣୁ ସମସ୍ତଙ୍କୁ ଯଥାଶୀଘ୍ର ଦ୍ବିତୀୟ ଡୋଜ ନେବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶ ବିଜୟ ପାଣିଗ୍ରାହୀ । ତୃତୀୟ ଲହରର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ଦେଲେ ସୂଚନା । ଅଧିକ ପଢନ୍ତୁ...

ଯଥାଶୀଘ୍ର ଦ୍ବିତୀୟ ଡୋଜ ନେବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

author img

By

Published : Aug 27, 2021, 8:04 PM IST

ଭୁବନେଶ୍ବର: ରାଜ୍ୟରେ ଜୋରଦାର ଚାଲିଛି କୋଭିଡ୍ ଟୀକାକରଣ ଡ୍ରାଇଭ । ଏଯାବତ ଦୁଇ କୋଟିରୁ ଉର୍ଦ୍ଧ୍ବ ଲୋକେ ପ୍ରଥମ ଡୋଜ ନେଇସାରିଛନ୍ତି । ସେହିପରି ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ଦ୍ବିତୀୟ ଡୋଜ ଟିକା ଦିଆଯାଇଥିବା ନିକଟରେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ହେଲେ ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଦ୍ବିତୀୟ ଡୋଜ ଟିକା ନେବାର ସମୟ ହୋଇଥିଲେ ହେଁ ଏ ଯାଏଁ ସେମାନେ ଟିକା ନେଇ ନାହାନ୍ତି । ସେଥିମଧ୍ୟରୁ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଦ୍ବିତୀୟ ଡୋଜ ଟୀକାକରଣର ଅବଧି ଅତିକ୍ରମ କରିସାରିଛି । ଏଣୁ ସେମାନଙ୍କୁ ଯଥାଶୀଘ୍ର ଦ୍ବିତୀୟ ଡୋଜ ନେବା ପାଇଁ ଆହ୍ବାନ କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଯଥାଶୀଘ୍ର ଦ୍ବିତୀୟ ଡୋଜ ନେବାକୁ ପରାମର୍ଶ ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ

ମୁଖ୍ୟତଃ ରାଜ୍ୟରେ ଲୋକମାନଙ୍କୁ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ବିତୀୟ ଡୋଜ ମଧ୍ୟରେ ବ୍ୟବଧାନ ୧୨ ରୁ ୧୬ ସପ୍ତାହ ଧାର୍ଯ୍ୟ ହୋଇଥିବାବେଳେ କୋଭାକ୍ସିନ ପାଇଁ ଏହି ବ୍ୟବଧାନ ୪ ରୁ ୬ ସପ୍ତାହ ରହିଛି । ଏହାର ଅର୍ଥ ନୁହେଁ, ସମୟ ସୀମା ଅତିକ୍ରମ କରିବା ପରେ ଟିକା ନେଲେ ତାହା ଶରୀରରେ କାମ କରିବ ନାହିଁ । ସଠିକ୍ ବ୍ୟବଧାନରେ ଟିକା ନେବା ଦ୍ବାରା ଶରୀରରେ ସର୍ବାଧିକ ଆଣ୍ଟିବଡି ବିକଶିତ ହୋଇଥାଏ । କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଯେହେତୁ ଆଗକୁ ତୃତୀୟ ଲହର ଆସୁଛି, ଶିଶୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ସବୁ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ ଜିଲ୍ଲାରେ କେତେ ବେଡର ଆବଶ୍ୟକ ରହିଛି ତାହା ଚିହ୍ନଟ କରାଯିବା ସଙ୍ଗେ ସଙ୍ଗେ ମେଡିକାଲ ଉପକରଣଗୁଡିକ ପ୍ରସ୍ତୁତ ରଖାଯାଇଛି । ଶିଶୁମାନଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଶିଶୁ ବିଶେଷଜ୍ଞ, ଷ୍ଟାଫ ନର୍ସମାନଙ୍କୁ ଦିଆଯାଉଥିବା ତାଲିମ ମଧ୍ୟ ଶେଷ ହୋଇଛି ।

ଏବେ ରାଜ୍ୟରେ ପ୍ରତ୍ୟହ ୧୦ ରୁ ୧୨ ଜଣ ଶିଶୁ କୋରୋନା ସଂକ୍ରମିତ ହେଉଛନ୍ତି । ତେବେ ଶିଶୁଙ୍କ ଟୀକାକରଣ ପାଇଁ ଏକ୍ପପର୍ଟ ଗ୍ରୁପର ନିଷ୍ପତ୍ତି ପରେ ହିଁ ଗାଇଡଲାଇନ ଆସିବ ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ । ସେହିପରି ରାଜ୍ୟରେ ସ୍କୁଲ ଖୋଲା ଯିବାକୁ ଥିବାରୁ ସେ ଦିଗରେ ଅଧିକ ସତର୍କତା ଅବଲମ୍ବନ ପୂର୍ବକ ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକଙ୍କ ଟୀକାକରଣକୁ ଅଗ୍ରାଧିକାର ଦିଆଯାଉଛି ଏବଂ ଏ ଦିଗରେ ଡିଇଓମାନଙ୍କୁ ସ୍ବତନ୍ତ୍ର ମାଇକ୍ରୋ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି । ଏହି ଟୀକାକରଣ ପାଇଁ ଆଜିଠୁ ୧୧ ଲକ୍ଷ ଡୋଜ ଆସିବା ଆରମ୍ଭ ହେବ ବୋଲି ଜଣାଇଛନ୍ତି ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.