ETV Bharat / city

ରାଜଧାନୀରେ 2 ଘଣ୍ଟା ଧରି ଘଡ଼ଘଡ଼ି ସହ ପ୍ରବଳ ବର୍ଷା - odisha

ବୁଧବାର ରାତି ପ୍ରାୟ 8ରୁ 9ଟା ପର୍ଯ୍ୟନ୍ତ ସ୍ମାର୍ଟସିଟିରେ ଢାଳିଛି ବର୍ଷା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 5, 2019, 10:34 PM IST

ଭୁବନେଶ୍ବର: ରାଜଧାନୀବାସୀଙ୍କୁ ଆଶ୍ବସ୍ତି । ଦୀର୍ଘ 2 ଘଣ୍ଟା ଧରି ରାଜଧାନୀରେ ଢାଳିଛି ପ୍ରବଳ ବର୍ଷା । ଘଣ୍ଟାଏ ଯାଏଁ ବିଜୁଳି ସାଙ୍ଗକୁ ଘଡ଼ଘଡ଼ି ଜାରି ରହିଥିଲା । ବୁଧବାର ରାତି ପ୍ରାୟ 8ରୁ 9ଟା ପର୍ଯ୍ୟନ୍ତ ସ୍ମାର୍ଟ ସିଟିରେ ବର୍ଷା ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ପ୍ରବଳ ଖାରାରୁ ରାଜଧାନୀ ବାସୀ ସାମାନ୍ୟ ଆଶ୍ବସ୍ତି ପାଇଁ ଥିବା ବେଳେ ଏବେ ବର୍ଷା ଯୋଗୁଁ ଜନଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡିଛି । ଆଞ୍ଚଳିକ ପଣିପାଗ ବିଭାଗ ପୁର୍ବାନୁମାନ ହିସାବରେ ଆଗାମୀ 5 ଦିନ ଧରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାରେ ଏଭଳି ଗାଁ ମଧ୍ୟ ରହିଛି ଯେଉଁଠି ସରକାରୀ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଅଛି ବୋଲି ବୋଧେ କେହି ଜାଣିନାହାନ୍ତି ।କାରଣ ଏକ ବୃହତ ତଥା ପ୍ରାଚୀନ ଗ୍ରାମର ଶୋଷ ମେଣ୍ଟାଉଛି ବନ୍ଧର ଦୂଷିତ ପାଣି ।

Body:ବୌଦ୍ଧ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ରହିଛି ଚନ୍ଦ୍ର ପୁର ଗ୍ରାମ ।ଗାଁ କୁ ଲାଗିରହିଛି ଏକ ବଡ ପୁଷ୍କରିଣୀ,ଲକ୍ଷ୍ମୀ ସାଗର ।ଏଠାରେ ଗାଁ ର ଲୋକେ ଗାଧୋଇବା, ଲୁଗାପଟା ସଫାକରିବା ସହ ଏହି ପାଣିକୁ ପିଇବା ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି ।ଅବଶ୍ୟ ଗାଁ ରେ ନଳକୂପ ଅଛି,ତାହା କିନ୍ତୁ ପାନୀୟ ତଥା ରୋଷେଇ ଉପଯୋଗୀ ନୁହେଁ ।ଏଣୁ ପ୍ରତ୍ୟେକ ଦିନ ଗାଁ ର ମହିଳା ମାନେ ଉକ୍ତ ବନ୍ଧର ଦୂଷିତ ପାଣି କୁହିଁ ବ୍ୟବହାର କରିଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଏତେ ପ୍ରାଚୀନ ଗାଁ ରେ ପାନୀୟ ଜଳଯୋଗାଣ ବ୍ୟବସ୍ଥା ଆଜି ଯାଏ କରାଯାଇନାହିଁ ।ପଞ୍ଚାୟତ ଗଠନ ସମୟରେ କୁଆଡେ ଏଠାରେ ଷ୍ଟାଣ୍ଡ ପୋଷ୍ଟ ତିଆରି ହୋଇଥିଲା ।କିନ୍ତୁ ପାଣି ସପ୍ଲାଇ ପାଇଁ ନୁହେଁ, କେବଳ ବିଲ ପାସପାଇଁ ଏହା ତିଆରି ହୋଇଥିଲା ।ଏଠାରେ ଅତିଶୀଘ୍ର ପାନୀୟ ଜଳଯୋଗାଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଗ୍ରାମର ମହିଳା ମାନେ ଦାବୀ କରିଛନ୍ତି ।

Conclusion:ବାଇଟ-୧-ସ୍ବପ୍ନା କର୍ଣ୍ଣ, ଗ୍ରାମବାସୀ
ବାଇଟ-୨-ମୈଥିଳୀ ନାଏକ
ବାଇଟ-୩-ଅସ୍କରା ଜେନା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.