ETV Bharat / city

ବିଧାନସଭାରେ ଉଠିଲା ହାଥରସ ଗଣଦୁଷ୍କର୍ମ ପ୍ରସଙ୍ଗ, ଗୃହ 3ଟା ଯାଏ ମୁଲତବୀ

ଓଡିଶା ବିଧାନସଭାରେ ଉଠିଲା ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ପ୍ରସଙ୍ଗ। କଂଗ୍ରେସ ବିଧାୟକ ମାନେ ଏହି ପ୍ରସଙ୍ଗ ଉଠାଇବା ସହ ହୋହଲ୍ଲା କରିଛନ୍ତି । ଅଧିକ ପଢନ୍ତୁ...

ବିଧାନସଭାରେ ଉଠିଲା ହାଥରସ ଗଣଦୁଷ୍କର୍ମ ପ୍ରସଙ୍ଗ

author img

By

Published : Oct 3, 2020, 11:25 AM IST

Updated : Oct 3, 2020, 11:40 AM IST

ଭୁବନେଶ୍ବର: ମୌସୁମୀ ଅଧିବେଶନରେ ଗୃହରେ ଉଠିଲା ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ପ୍ରସଙ୍ଗ। ଏଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯିବା ଏବଂ ଗିରଫ କରାଯାଇଥିବା ଦର୍ଶାଇ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ହୋହଲ୍ଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଗୃହରେ ସ୍ଲୋଗାନ ଦେଲେ କଂଗ୍ରେସ ବିଧାୟକ । ଯୋଗୀ-ମୋଦି ହାଏ ହାଏ । ଗଣତନ୍ତ୍ର ହତ୍ୟାକାରୀ ହାଏ ହାଏ । ରାହୁଲ ଗାନ୍ଧୀ ଜିନ୍ଦାବାଦ, ସୋନିଆ ଗାନ୍ଧୀ ଜିନ୍ଦାବାଦ କହି ବାଚସ୍ପତି ପୋଡିୟମ ଆଗରେ ନାରାବାଜି କଲେ କଂଗ୍ରେସ ବିଧାୟକ । ଫଳରେ ପ୍ରଥମେ 15 ମିନିଟ୍‌ ଓ ପରେ 10 ମିନିଟ୍‌ ଯାଏ ଗୃହ ମୁଲତବୀ ହୋଇଥିବା ପରେ ଶେଷରେ ଗୃହକୁ ଅପରାହ୍ନ 3ଟା ଯାଏ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।

ସୂଚନାଥାଉକି, ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଯାଉଥିବା ସମୟରେ ତାଙ୍କୁ ଗିରଫ କରାଯାଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 3, 2020, 11:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.