ETV Bharat / city

ବିଜେଡି-ବିଜେପି ଗୁପ୍ତ ଡିଲ, ବିରୋଧାଭାସ ପାଲଟିଛି ବନ୍ଧୁତା ! - friendship

ଉପରେ କଳି, ଭିତରେ ଚାଲିଛି କୋଳାକୋଳି । ଆଉ ଶୁଣିବାକୁ ମିଳୁନାହିଁ ଶାସକ ବିଡେଜ଼ିର ଶାଣିତ ସ୍ବର। ପେଟ୍ରୋଲ, ଡିଜେଲ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଦାମ ବୃଦ୍ଧି ପାଇଁ ଆଉ ରାଜରାସ୍ତାକୁ ବି ଓହ୍ଲାଉ ନାହିଁ ବିଜେଡ଼ି । ଉଭୟ ଦଳର ଏହି ମଧୁ ପୀରତି କହୁଛି, ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି....

bjd-bjp-secret-deal-opposition-has-turned-into-friendship

author img

By

Published : Jun 13, 2020, 11:26 PM IST

ଭୁବନେଶ୍ବର: ଆଉ ଶୁଭୁନାହିଁ କେନ୍ଦ୍ର ଅବହେଳାର କଥା । ଶୁଣିବାକୁ ମିଳୁନାହିଁ ଶାସକ ଦଳର ଶାଣିତ ସ୍ବର। ପେଟ୍ରୋଲ, ଡିଜେଲ ସାଙ୍ଗକୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ଦାମ ବୃଦ୍ଧି ପାଇଁ ଆଉ ରାଜରାସ୍ତାକୁ ବି ଓହ୍ଲାଉ ନାହିଁ ବିଜେଡ଼ି । ଏପରିକି କୌଣସି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ, ନା ବିଜେପି ନେତାଙ୍କୁ ଟାର୍ଗେଟ କରୁଛନ୍ତି ବିଜେଡିର ନେତା, ମୁଖପାତ୍ର, ନା କୌଣସି ମନ୍ତ୍ରୀ ।

ବିଜେଡି-ବିଜେପିର ଗୁପ୍ତ ଡିଲ, ବିରୋଧାଭାସ ପାଲଟିଛି ବନ୍ଧୁତା !

ସେହିପରି ସମାନ ଫର୍ମୁଲା ଆପଣାଇଛି ବିଜେପି । ରାଜ୍ୟ ବିଜେପି ସଭାପତି, ଦୁଇ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତା, ଏବେ କୌଣସି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁନାହାଁନ୍ତି । ଏହାସହ ଅସମ୍ଭବ ନୀରବତା ପ୍ରଦର୍ଶନ କରୁଛନ୍ତି । ସେପଟେ ଦୁଇ ଦଳର ଏହି ନୀରବ ସମ୍ପର୍କକୁ ନେଇ କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଆରମ୍ଭ କଲାଣି ।

ନିକଟରେ ଭର୍ଚୁଆଲ ରାଲିରେ ଓଡ଼ିଶାକୁ ସମ୍ବୋଧନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ ବିରୋଧରେ ଜୋରଦାର ବର୍ଷିଥିଲା ବେଳେ ବିଜେଡ଼ିର ନାଁ ମଧ୍ୟ ଧରିନଥିଲେ ଶାହ । ଏହି ସବୁ ଆଭାସ ବିଜେପି-ବିଜେଡ଼ି ମଧ୍ୟରେ ହୋଇଥିବା ଅଣ୍ଡରଗ୍ରାଉଣ୍ଡ ଡ଼ିଲ, ବୋଲି ଅଭିଯୋଗ କରିଛି କଂଗ୍ରେସ । ଏ ଗୁପ୍ତ ବୁଝାମଣା ନିର୍ବାଚନ ପରଠୁ ହୋଇଥିବା ମଧ୍ୟ ପରୋକ୍ଷରେ ସ୍ବୀକାର କରିଛନ୍ତି ବିଜେପି ନେତା । ସେପଟେ ଚିରାଚରିତ ଢଙ୍ଗରେ ଉତ୍ତର ରଖିଛି ବିଜେଡ଼ି । ଦଳ କେବେ କାହାର ସହଯୋଗ ଲୋଡ଼ିନାହିଁ ବଂର କେନ୍ଦ୍ର ରାଜ୍ୟ ସରକାରଙ୍କ ନିକଟତର ହୋଇଥିବା କରି କେନ୍ଦ୍ର କୋର୍ଟକୁ ବଳ ଫିଙ୍ଗିଛନ୍ତି ଦଳର ନେତା ।

ନିର୍ବାଚନ ବେଳର ସେ ତୀବ୍ର ବିରୋଧାଭାସ ଏବେ ତୃପ୍ତ ବନ୍ଧୁତା ପାଲଟିଥିବା ପରୋକ୍ଷରେ କରୁଛି ପ୍ରକାଶ । ହେଲେ ଏ ମୁହଁରେ କଳି ଆଉ ଭିତରେ କୋଳାକୋଳି କିନ୍ତୁ ତୃଣମୂଳ ସ୍ତରର ନେତା ଓ କର୍ମୀଙ୍କୁ ପକାଇଛି ଅଡୁଆରେ । ସବୁପରେ ବି ଦୁଇ ଦଳର ଏ ନିରବତା କହୁଛି, ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି....।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.