ETV Bharat / city

Pana Sankranti: ଉତ୍ସବ ମୁଖର ରାଜଧାନୀ,୧୦୮ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ - hanuman-jayanti celebrate in bhubaneswar

ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଉ ଆଜିବି ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ । ହନୁମାନ ଜୟନ୍ତୀ ଥିବାରୁ ୟୁନିଟ 1ରେ ୧୦୮ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ଅଧିକ ପଢନ୍ତୁ

Pana Sankranti : ଉତ୍ସବ ମୁଖର ରାଜଧାନୀ,୧୦୮ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ

author img

By

Published : Apr 14, 2022, 2:16 PM IST

ଭୁବନେଶ୍ବର: ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଉ ଆଜିବି ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ । ତେଣୁ ଘରେ ଘରେ ପଣାର ଆସର ସହିତ ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ଏହାସହ ମହାବୀରଙ୍କ ନିକଟରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି । ତେବେ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ । ବର୍ଷାରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କ ଠାରେ ସ୍ବତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଆଜିର ଦିନରେ ଭୁବନେଶ୍ବର ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଭିଡ ଲାଗିଛି ।

Pana Sankranti : ଉତ୍ସବ ମୁଖର ରାଜଧାନୀ,୧୦୮ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ

ଆଉ ଆଜି ହନୁମାନ ଜୟନ୍ତୀ ଥିବାରୁ ୟୁନିଟ 1ରେ ୧୦୮ ହନୁମାନ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଛି । ଦୁଇ ବର୍ଷର କୋଭିଡ କଟକଣା ପରେ ଭକ୍ତକୁ ଭଗବାଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ମନ୍ଦିର ପରିସରରେ ବସି ହନୁମାନ ଚାଳିସା ପଢୁଛନ୍ତି ଭକ୍ତ । ଏହାକୁ ନେଇ ପୁରା ପରିବେଶ ଭକ୍ତିମୟ ହୋଇଉଠିଛି ।

ଭକ୍ତଟିଏ ପ୍ରଭୁଙ୍କୁ ତା ମନର କଥା କହି ବେଶ ପରମାନନ୍ଦ ଲାଭ କରିଛି । ସେହିପରି ଆଜିଠାରୁ ସୂର୍ଯ୍ୟ କିରଣ ବୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ । ତେଣୁ ଥଣ୍ଡା ପାଇଁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଆଜିର ଦିନରେ ବୃକ୍ଷମୂଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ହିନ୍ଦୁ ପରିବାରରେ ଚଉଁରାରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.