ETV Bharat / city

ପ୍ରଦର୍ଶନୀ ପଡିଆରେ ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ - ହସ୍ତତନ୍ତ ମେଳା ଉଦଘାଟିତ

ବୟନିକା ପକ୍ଷରୁ ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ । ପ୍ରଦର୍ଶନୀ ପଡିଆ ଠାରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏହାକୁ ଉଦଘାଟନ କରିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 27, 2019, 10:55 PM IST

ଭୁବନେଶ୍ବର: ବୟନିକା ପକ୍ଷରୁ ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦଘାଟିତ । ପ୍ରଦର୍ଶନୀ ପଡିଆ ଠାରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ଏହାକୁ ଉଦଘାଟନ କରିଛନ୍ତି । ଆଜିଠାରୁ ଅର୍ଥାତ୍‌ ଅଗଷ୍ଟ 27 ତାରିଖରୁ ସେପ୍ଟେମ୍ବର 10 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଳା । ପ୍ରତିଦିନ ସକାଳ 11ଟାରୁ ରାତି 9 ଟା ପର୍ଯ୍ୟନ୍ତ ମେଳା ଚାଲିବ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଏହି ପ୍ରଦର୍ଶନୀରେ 34ଟି ବୟନଶିଳ୍ପ ସହିତ ସଂଶ୍ଲିଷ୍ଟ ସମବାୟ ସମିତି ଅଂଶଗ୍ରହଣ କରିଛନ୍ତି । ଏଠାରେ ଓଡିଆ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ବସ୍ତ୍ରରେ ସ୍ବତନ୍ତ୍ର ରିହାତି ରହିଛି । ଯାହାକି ଗ୍ରାହକଙ୍କୁ ବସ୍ତ୍ର କିଣିବାରେ ସୁବିଧା ହେବ ବୋଲି କୁହାଯାଉଛି । ତେବେ ଆଜିର ଏହି ଉଦଘାଟନୀ ଉତ୍ସବରେ ବିଭାଗୀୟ ଶାସନ ସଚିବ ଶୋଭ ଶର୍ମା, ବୟନିକା ସଭାପତି ଶେଷ କୁମାର ମେହେର, ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଓଡିଶା ହସ୍ତତନ୍ତ ର ମୁଖ୍ୟ ବିପଣନ ସଂସ୍ଥା ବୟନିକା ପକ୍ଷରୁ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ ଆୟୋଜନ କରାଯାଇଛି।ଯାହାକୁ ଆଜି ସନ୍ଧ୍ୟାରେ ଓଡିଶା ସରକାରଙ୍କ ମୁଖ୍ୟ ସାଶନ ସଚିବ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ଉଦ୍ଘାଟନ କରିଛନ୍ତି।ଏହି ଅବସରରେ ଶ୍ରୀ ତ୍ରିପାଠୀ ଓଡ଼ିଆ ବୁଣାକାରଙ୍କ ଦ୍ୱାର ପ୍ରସ୍ତୁତ ବିଭିନ୍ନ ଭେରାଇଟର ହସ୍ତତନ୍ତ ବସ୍ତ୍ରର କିଣାକିଣିର ବିଭାଗ ପକ୍ଷରୁ ଦିଆଯାଉଥିବା ସ୍ୱତନ୍ତ୍ର ରିହାତି ଅଫର ରେ କରିବାକୁ କହିଛନ୍ତି।

Body:ସୂଚନାଯୋଗ୍ୟ କି ବୟନିକା ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀରେ ରାଜ୍ୟର 34ଟି ବୟନଶିଳ୍ପ ସହିତ ସଂଶ୍ଲିଷ୍ଟ ସମବାୟ ସମିତି ଅଂଶଗ୍ରହଣ କରିଛନ୍ତି।ଯାହାକି ଆଜି ଠାରୁ ଅର୍ଥାତ 27ଅଗଷ୍ଟ ଠାରୁ 10 ସେପ୍ଟେମ୍ବର ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ମିଳିଛି।ଏହା ଦିନ 11 ଠାରୁ ରାତ୍ରି 9ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ମଧ୍ୟ ଜଣାଯାଇଛି।କାରଣ ଏପରି ଆୟୋଜନ ଦ୍ୱାରା ସାରା ରାଜ୍ୟର ବୁଣାକାର ଏକତ୍ରିତ ହୋଇ ପାରିବା ସହିତ ନିଜର ଉତ୍ପାଦନକୁ ବିକ୍ରୟ କରିବାର ବଜାର ପାଇଥାନ୍ତି।ଯାହା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି।ଏବଂ ସେମାନଙ୍କ ଆର୍ଥିକ ସ୍ଵଛଳତା ବୃଦ୍ଧିପାଇବାରେ ଏହା ସହାୟକ ହୋଇଥାଏ।ଆଜିର ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ସାଶନ ସଚିବ ଶୋଭ ଶର୍ମା,ବୟନିକା ସଭାପତି ଶେଷ କୁମାର ମେହେର ,ନିର୍ଦେଶକ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ-ଅସିତ କୁମାର ତ୍ରିପାଠୀ-ମୁଖ୍ୟ ସାଶନ ସଚିବ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.