ETV Bharat / city

ସ୍ମାର୍ଟସିଟିରେ କଟନ ପ୍ରଦର୍ଶନୀ: 22 ରାଜ୍ୟର 122 ହସ୍ତଶିଳ୍ପୀଙ୍କ ଯୋଗଦାନ - ସ୍ମାର୍ଟସିଟିରେ କଟନ ପ୍ରଦର୍ଶନୀ

ଶୁକ୍ରବାର ମେଳାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଛନ୍ତି । ଆଗାମୀ ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ ଏହା ଚାଲୁ ରହିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 31, 2019, 6:34 AM IST

Updated : Aug 31, 2019, 7:51 AM IST

ଭୁବନେଶ୍ବର: ରାଜଧାନୀବାସୀଙ୍କ ଲାଗି ଦେଶର ବିଭିନ୍ନ ପ୍ରଦେଶରୁ ରେଶମ ଓ ସୂତାବସ୍ତ୍ରର ସମ୍ଭାର ନେଇ ଆୟୋଜିତ ହୋଇଛି କଟନ ଫ୍ୟାବ ପ୍ରଦର୍ଶନୀ । ପ୍ରତିବର୍ଷ ଭଳି ଏଥର ମଧ୍ୟ ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ଏହା ଉଦଘାଟିତ ହୋଇଛି । ଯେଉଁଠି ସ୍ମାର୍ଟସିଟିବାସୀଙ୍କୁ ବେଶ ମନଲୋଭା ଏବଂ ଆକର୍ଷଣୀୟ ବସ୍ତ୍ର ସୁଲଭ ମୂଲ୍ୟରେ କିଣିବାର ସୁଯୋଗ ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

11ତମ ସଂସ୍କରଣର ଏହି ପ୍ରଦର୍ଶନୀରେ 22ଟି ରାଜ୍ୟର 122 ଜଣ ହସ୍ତଶିଳ୍ପୀ ଯୋଗ ଦେଇଛନ୍ତି । ଏଠାରେ ବିଭିନ୍ନ ରାଜ୍ୟର କଟନ କପଡାର ସମାଗମ ହୋଇଛି । ଏଥିମଧ୍ୟରେ ରହିଛି ଲକ୍ଷ୍ନୌର ଚିକେନ ୱାକ ଡ୍ରେସ ମେଟ୍ରିଆଲ୍ସ, ଶାଢୀ, କୁର୍ତ୍ତା ପାଇଜାମା, ଟପ୍ସ ଏବଂ ଗୁଜୁରାଟର ଏଥେନିକ ପ୍ରିଣ୍ଟ, ରାଜସ୍ଥାନର ବ୍ଲକ ପ୍ରିଣ୍ଟେଡ, କୋଟା ଦରି ଡ୍ରେସ ମେଟ୍ରିଆଲ୍ସ, ଲେହେଙ୍ଗା, ଛୋଲି, ମଲମଲ ଇତ୍ୟାଦି । ସେହିପରି ପଞ୍ଜାବର ଫୁଲକରି ଡ୍ରେସ, ମଧ୍ୟପ୍ରଦେଶର ଚନ୍ଦେରି, ମହେଶ୍ୱରୀ, ବାଟିକ ପ୍ରିଣ୍ଟ ଏବଂ ଉତ୍ତରପ୍ରଦେଶର ବନାରସ ସିଲ୍କ ଓ ଆନ୍ଧ୍ର ପ୍ରଦେଶର କଲାମକେରି ଭେଜିଟେବୁଲ ଡାୟଡ ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ ।

ଏହା ସାଙ୍ଗକୁ ବିଭିନ୍ନ ପ୍ରକାରର ଗହଣା ଓ ହସ୍ତତନ୍ତ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି । ବିଗତ ବର୍ଷରେ ଏହି ପ୍ରଦର୍ଶନୀରେ ଓଡିଆ ଲୋକେ ଏହି ସବୁ ସାମଗ୍ରୀକୁ ବହୁତ ପସନ୍ଦ କରିଥିଲେ । ଏଥର ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ବିଭିନ୍ନ ରାଜ୍ୟରୁ ଆସିଥିବା କାରିଗର ଆଶାପୋଷଣ କରିଛନ୍ତି ।

ଶୁକ୍ରବାର ଏହି ମେଳାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉଦଘାଟନ କରିଛନ୍ତି । ଏହା ଆଗାମୀ ଅକ୍ଟୋବର 6 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପ୍ରଦର୍ଶନୀର ସମ୍ପାଦକ ଜାଭେଦ ଆଲାମ ପ୍ରକାଶ କରିଛନ୍ତି । ବିଗତ ବର୍ଷର ପ୍ରଦର୍ଶନକୁ ଲକ୍ଷ୍ୟ କରି ଏଥର ବ୍ୟବସାୟ ଏକ କୋଟି ଟଙ୍କା ଟପିବ ବୋଲି ଆଲାମ ଆଶାପ୍ରକଟ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନୂଆ ନୂଆ ବସ୍ତ୍ର ପରିଧାନ କରୁଥିବା ରାଜଧାନୀର ଲୋକମାନଙ୍କ ପାଇଁ ଖୁସି ଖବର।ପ୍ରତିବର୍ଷ ଭଳି ଏଥର ମଧ୍ୟ ଦେଶର ବିଭିନ୍ନ ପ୍ରଦେଶରୁ ରେଶମ ଓ ସୁତାବସ୍ତ୍ରର ସମ୍ଭାର ନେଇ ରାଜଧାନୀରେ ଆୟୋଜିତ ହେଉଛି କଟନ ଫ୍ୟାବ ପ୍ରଦର୍ଶନୀ। ଯାହାକି ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ ଉଦ୍ଘାଟିତ ହୋଇଛି।ଯେଉଁଠି ବେଶ ମନଲୋଭା ଏବଂ ଆକର୍ଷଣୀୟ ବସ୍ତ୍ର ର ସମ୍ଭାର ହୋଇଥିବା ବେଳେ ବେଶ ସୁଲଭ ମୂଲ୍ୟରେ ବୁଣାକାର ଙ୍କ ଠାରୁ ସିଧାସଳଖ ଜନସାଧାରଣମାନେ କିଣିବାର ସୁଯୋଗ ପାଇଥାନ୍ତି।

Body:11ତମ ସଂସ୍କରଣ ର ଏହି ପ୍ରଦର୍ଶନୀରେ 12 ରାଜ୍ୟ 122ଜଣ ହସ୍ତଶିଳ୍ପୀ ଏହି ମେଳାରେ ଯୋଗ ଦେଇଛନ୍ତି।ଯେଉଁଠି ସେମାନେ ଲକ୍ଷନୋର ଚିକେନ୍ ୱାକ ଡ୍ରେସ ମେଟେରିଆଲସ,ଶାଢ଼ୀ,କୁର୍ତା ପାଇଜାମା,ଟପସ ,ଗୁଜୁରାଟର ଏଥେନିକ ପ୍ରିଣ୍ଟ,ରାଜସ୍ଥାନର ବ୍ଲକ ପ୍ରିଣ୍ଟଡ଼ ,କୋଟା ଦରି ଡ୍ରେସ ମେଟେରିଆଲସ,ଲେହେଁଗା -ଛୋଲି,ମଲମଲ,ପଞ୍ଜାବର ଫୁଲକରି ଡ୍ରେସ,ମଧ୍ୟପ୍ରଦେଶର ଚନ୍ଦେରି,ମହେଶ୍ୱରୀ,ବାଟିକ ପ୍ରିଣ୍ଟ,ଉତ୍ତରପ୍ରଦେଶର ବନାରସ ସିଲକ,ଆନ୍ଧ୍ର ପ୍ରଦେଶର କଲାମକେରି ଭେଜିଟେବୁଲ ଡ଼ାୟଡ଼ ସାଙ୍ଗକୁ ବିଭିନ୍ନ ପ୍ରକାରର ଗହଣା ଓ ହସ୍ତତନ୍ତ ସାମଗ୍ରୀ ମଧ୍ୟ ପ୍ରଦର୍ଶିତ ହେବ।ବିଗତ ବର୍ଷମାନଙ୍କରେ ଏହି ପ୍ରଦର୍ଶନୀରେ ଓଡ଼ିଆ ଲୋକମାନେ ଏହି ସବୁ ସାମଗ୍ରୀକୁ ବହୁତ ପସନ୍ଦ କରିଥିବାରୁ ଏଥର ମଧ୍ୟ ଭଲ ବ୍ୟବସାୟ ହେବ ବୋଲି ବିଭିନ୍ନ ରାଜ୍ୟରୁ ଆସିଥିବା କାରିଗର ମାନେ ଆଶାପୋଷଣ କରିଛନ୍ତି।ଆଜି ଏହି ମେଳାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିଥିବା ବେଳେ ଏହା ଆଗାମୀ ଅକ୍ଟୋବର ମାସ 6 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଏହି ପ୍ରଦର୍ଶନୀର ସମ୍ପାଦକ ଜାଭେଦ ଆଲାମ ପ୍ରକାଶ କରିଛନ୍ତି।ବିଗତ ବର୍ଷର ପ୍ରଦର୍ଶନ କୁ ଲକ୍ଷକରି ଏଥର ବ୍ୟବସାୟ ଏକ କୋଟି ଟଙ୍କା ଟପିବ ବୋଲି ଆଲାମ ପ୍ରକାଶ କରିଛନ୍ତି।

Conclusion:
Last Updated : Aug 31, 2019, 7:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.