ETV Bharat / city

ଦୁର୍ଦ୍ଦିନରେ ଦିବ୍ୟାଙ୍ଗ ବ୍ୟବସାୟୀ: ପୁନଃ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ - ଦୁର୍ଦ୍ଦିନରେ ଭୁବନେଶ୍ବର ଦିବ୍ୟାଙ୍ଗ ବ୍ୟବସାୟୀ

ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ହଟାଇ ଦେବା ପରଠୁ ଦୁର୍ଦ୍ଦିନରେ ଦିବ୍ୟାଙ୍ଗ ବ୍ୟବସାୟୀ। ପୁନଃ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

ଦୁର୍ଦ୍ଦିନରେ ଦିବ୍ୟାଙ୍ଗ ବ୍ୟବସାୟୀ: ପୁନଃ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

author img

By

Published : Jan 24, 2022, 7:11 PM IST

ଭୁବନେଶ୍ବର : ଦୃଷ୍ଟିହୀନ ବୋଲି ହୀନ ଦୃଷ୍ଟିରେ ଦେଖୁଛନ୍ତି ସରକାର । ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀଙ୍କୁ ହଟାଇ ଦେବା ପରଠୁ ଦୁର୍ଦ୍ଦିନରେ ଦିବ୍ୟାଙ୍ଗ ବ୍ୟବସାୟୀ । କାରଣ ମାର୍କେଟ ବିଲ୍ଡିଂରୁ ଏମାନଙ୍କୁ ଉଠାଯିବା ପରେ ଛୋଟ ବ୍ୟବସାୟୀ ଜୀବିକାକୁ ନେଇ ଭାଙ୍ଗି ପଡିଛନ୍ତି ।

ଦୁର୍ଦ୍ଦିନରେ ଦିବ୍ୟାଙ୍ଗ ବ୍ୟବସାୟୀ: ପୁନଃ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ନିଜର ପରିବାର ପ୍ରତିପୋଷଣ ପାଇଁ ପୁଣି ତାଙ୍କୁ ଥଇଥାନ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଯାଇ ନିଜର ଗୁହାରି ଜଣାଇଛନ୍ତି । ପୂର୍ବରୁ ଥଇଥାନ ହେବା ନେଇ ବିଧାୟକ, ସ୍ଥାନୀୟ କର୍ପୋରେଟର ଓ ମନ୍ତ୍ରୀଙ୍କୁ ଭେଟିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁନାହାଁନ୍ତି ।

ଶେଷରେ ସବୁଠାରୁ ନିରାଶ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଜୀବିକାର ପୁନଃ ଥଇଥାନ ପାଇଁ ନିବେଦନ କରିଛନ୍ତି। ଖାଲି ସେତିକି ନୁହେଁ ୨୦ ବର୍ଷ ହେବ ମାର୍କେଟ ବିଲଡିଂରେ ବ୍ୟବସାୟ କରୁଥିଲେ ବି ତାଙ୍କୁ ଉଠାଦୋକାନୀର ପରିଚୟ ପତ୍ର କି ମାନ୍ୟତା ମିଳୁନଥିବାରୁ ଉଦବେଗ ପ୍ରକାଶ କରିଛନ୍ତି । କାରଣ ମୁଖ୍ୟମନ୍ତ୍ରୀଙ୍କ ୨୨ ବର୍ଷର ଶାସନ ଭିତରେ ସେମାନେ ସବୁଠି କେବଳ ଦୃଷ୍ଟିହୀନ ବୋଲି ଉପେକ୍ଷିତ ହୋଇଛନ୍ତି ।

ଅଧିକ ପଢନ୍ତୁ : ପୁଣି ଫେରିବ ଶୀତ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନିଜର ଅଧିକାର ଓ ଜୀବିକା ପାଇଁ ଏ ଅଫିସରୁ ସେ ଅଫିସ ଦୌଡି ନିରାଶ ହୋଇଛନ୍ତି । ନ୍ୟାୟ ତ ମିଳିନାହିଁ ହେଲେ କାର୍ଯ୍ୟ କରିଦେବୁ କହି ପ୍ରତିଶୃତି ଦେଇ ସମସ୍ତେ ଠକି ଦେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.