ETV Bharat / city

ରାଜଧାନୀରେ ନକଲି ହାଣ୍ଡୱାସ, ଝାରପଡାରୁ ୨୬୮ ବୋତଲ ଜବତ - ରାଜଧାନୀରେ ନକଲି ହାଣ୍ଡ ୱାସ

ଏହି କିଛିଦିନ ଧରି ବଜାରରେ ହ୍ୟାଣ୍ଡ ୱାସର ଚାହିଦା ବଢିବାରେ ଲାଗିଛି । ସେପଟେ ହ୍ୟାଣ୍ଡୱାସର କଳାବଜୀର ରୋକିବାକୁ ପୋଲିସ ମଧ୍ୟ ଜୋରଦାର ଚଢାଉ କରୁଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ମହାବୀର ମନ୍ଦିର ନିକଟରେ ଏକ ନକଲି ହ୍ୟାଣ୍ଡୱାସ କାରଖାନାରେ ପୋଲିସ ଚଢାଉ କରି 268 ଟି ବୋତଲ ହ୍ୟାଣ୍ଡୱାସ ଜବତ କରିଛି । ଅଧିକ ପଢନ୍ତୁ...

aa
ରାଜଧାନୀରେ ନକଲି ହାଣ୍ଡ ୱାସ, ଝାରପଡାରୁ ୨୬୮ ବୋତଲ ଜବତ
author img

By

Published : Apr 1, 2020, 10:55 AM IST

ଭୁବନେଶ୍ବର: ଚାହିଦା ଦେଖି ଫାଇଦା । ବଜାରରେ ନକଲି ବ୍ରାଣ୍ଡର ହ୍ୟାଣ୍ଡୱାସ । କୋରୋନା ଭୟରେ ହ୍ୟାଣ୍ଡୱାସ ପାଇଁ ବଜାରରେ ଅଭାବୀ ଦେଖାଦେଇଥିବା ବେଳେ ଭୁବନେଶ୍ବରରେ ନକଲି କାରଖାନାରେ ପ୍ରସ୍ତୁତ ହେଉଛି ହ୍ୟାଣ୍ଡୱାସ । ଯାହାର ସୁରାକ ପାଇ ଚଢାଉବେଳେ ଜବତ ହୋଇଛି ୨୬୮ ବୋତଲ ହ୍ୟାଣ୍ଡୱାସ ।

ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ମହାବୀର ମନ୍ଦିର ନିକଟରେ ଏକ ଭଡାଘରେ ଚାଲିଥିଲା ଏପରି କାରବାର । ଏସଏସ ଏଣ୍ଟରପ୍ରାଇଜର୍ସ ନାମକ ସଂସ୍ଥା ବିନା ଲାଇସେନ୍ସରେ ଚଲାଇଥିଲା ଏପରି କାରବାର । ତେବେ ସୁରାକ ପାଇ ଡ୍ରଗସ ସ୍କ୍ବାଡ ଟିମ ଜଣକୁ ପୋଲିସର ଜିମା ଦେଇଛନ୍ତି । ଡ୍ରଗସ ଆଣ୍ଡ କସମେଟିକ ଆକ୍ଟରେ ସଂମ୍ପୃକ୍ତ ବ୍ୟକ୍ତି ଗିରଫ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.