ETV Bharat / city

ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିମ ଖୋଲିବାକୁ ଦାବି କଲା ଜିମ ମାଲିକ ସଂଘ

author img

By

Published : Jun 28, 2021, 5:50 PM IST

Updated : Jun 28, 2021, 8:05 PM IST

ଅଲ ଓଡିଶା ଜିମ ମାଲିକ ସଂଘର ସାମ୍ବାଦିକ ସମ୍ମିଳନୀ । ଗଣମାଧ୍ୟମ ଜରିଆରେ ଜିମ ଖୋଲିବାକୁ କଲେ ଦାବି । ଅଧିକ ପଢନ୍ତୁ....

ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିମ ଖୋଲିବାକୁ ଦାବି କଲା ଜିମ ମାଲିକ ସଂଘ
ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିମ ଖୋଲିବାକୁ ଦାବି କଲା ଜିମ ମାଲିକ ସଂଘ

ଭୁବନେଶ୍ବର : 5 ଦଫା ଦାବି ନେଇ ଅଲ ଓଡିଶା ଜିମ୍ ମାଲିକ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜୟଦେବ ଭବନ ଠାରେ ଆୟୋଜିତ ହୋଇଯାଇଛି । ଦୀର୍ଘ ଦେଢ ବର୍ଷ ହେଲାଣି ରାଜ୍ୟରେ ବନ୍ଦ ରହିଛି ଜିମ । ଏହା ଦ୍ବାରା ମାଲିକମାନେ ଘୋର ଆର୍ଥିକ କ୍ଷତି ସହୁଥିବାବେଳେ ଜିମ ଉପରେ ପରୋକ୍ଷ ଭାବେ ନିର୍ଭର କରି ପରିବାର ଚଳାଉଥିବା ବ୍ୟକ୍ତିବିଶେଷମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଜିମ ଖୋଲିବାକୁ ସେମାନେ ଦାବି କରିଛନ୍ତି ।

ଜିମ ମାଲିକ ସଂଘର ଅଭିଯୋଗ ଅନୁସାରେ ରାଜ୍ୟର ଅଧିକାଂଶ ଜିମ୍ ମାଲିକ ବ୍ୟାଙ୍କରୁ ରଣ କରି ଜିମ ପ୍ରତିଷ୍ଠା କରିଛନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ତାଙ୍କ EMI ଭରିବାକୁ ବହୁ ହଇରାଣ ହରକତ ହେବାକୁ ପଡୁଛି । ମାତ୍ର ଦେଶର କିଛି ରାଜ୍ୟରେ ଜିମ ଖୋଲି ସାରିଥିବାବେଳେ ଓଡିଶାରେ କଣ ପାଇଁ ଖୋଲିବାକୁ ଅନୁମତି ମିଳୁନାହିଁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏହା ସହ ମହାମାରୀ କୋରୋନା ସମୟରେ ପ୍ରତ୍ୟେକ ବ୍ୟକ୍ତିକୁ ଶାରୀରିକ ପରିଶ୍ରମ ଓ ଅଭ୍ୟାସ କରିବା ଆବଶ୍ୟକ, ତେଣୁ ଜିମର ଆବଶ୍ୟକତା ଥିବା ମଧ୍ୟ ସେ କହିଛନ୍ତି । ଏହାକୁ ଦୃଷ୍ଟିରେ ରଖି କୋଭିଡ କଟକଣା ମଧ୍ୟରେ ରାଜ୍ୟର ସମସ୍ତ ଜିମ ଖୋଲିବାକୁ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିମ ମାଲିକ ସଂଘ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jun 28, 2021, 8:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.