ETV Bharat / city

୫ ଦଫା ଦାବି ନେଇ ପ୍ରତିବାଦରେ ଜିମ ଓ ପାର୍ଲର ସଂଘ - gym and Parlour union COVID19

ଜିମ ଓ ପାର୍ଲରକୁ MSME ସେକ୍ଟରରେ ସାମିଲ କରିବା ପାଇଁ ଦାବି କଲା ଜିମ ଓ ପାର୍ଲର ସଂଘ । ଅଧିକ ପଢନ୍ତୁ...

gym and Parlour union protest in bhubaneswar
୫ ଦଫା ଦାବି ନେଇ ପ୍ରତିବାଦରେ ଜିମ ଓ ପାର୍ଲର ସଂଘ
author img

By

Published : Aug 6, 2021, 6:58 PM IST

ଭୁବନେଶ୍ବର: ୫ ଦଫା ଦାବି ନେଇ ପ୍ରତିବାଦ ଜଣାଇଲେ ଜିମ ଓ ପାର୍ଲର ସଂଘ । କୋରୋନା ପାଇଁ ଜିମ, ପାର୍ଲର ବନ୍ଦ ରହିଥିଲା । ଦୀର୍ଘ ଦିନ ଧରି ବନ୍ଦ ରହିଥିବାରୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା କହିଛନ୍ତି ରାଜଧାନୀର ଜିମ ଓ ପାର୍ଲର ସଂଘ ।

୫ ଦଫା ଦାବି ନେଇ ପ୍ରତିବାଦରେ ଜିମ ଓ ପାର୍ଲର ସଂଘ

ଜୁଲାଇ ଗାଇଡଲାଇନରେ ଜିମ ଓ ପାର୍ଲରକୁ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । କଟକଣା ଅନୁସାରେ ଜିମ ଓ ପାର୍ଲର ଖୋଲିଲା ସତ, ହେଲେ ଆର୍ଥିକ ଅନୁଦାନ ମଧ୍ୟ ଯୋଗାଇ ଦିଆଯାଉ ବୋଲି ଦାବି କରିଛି ସଂଘ । କାରଣ ଏହି ସବୁ ଅନୁଷ୍ଠାନ ଦୀର୍ଘ ଦିନ ଧରି ବନ୍ଦ ରହିଥିବାରୁ ସେମାଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଗଲାଣି । ଦେଢ ବର୍ଷଧରି କୋରୋନା ଆଳରେ ସବୁ କିଛି ବନ୍ଦର ହୋଇଥିବାରୁ ବିଭିନ୍ନ ସଂଘର କର୍ମଚାରୀ ଓ ମାଲିକ ଅନେକ କ୍ଷତି ସହିଛନ୍ତି । ତେଣୁ ଏହି ସେକ୍ଟର ଖୋଲିବା ପାଇଁ ଋଣ ଉପରେ କୋହଳ ସହ ଏମାନଙ୍କୁ MSME ଶିଳ୍ପରେ ସାମିଲ କରିବାକୁ ଦାବି କରିଛି ସଂଘ। ଏହାସହ ମହାମାରୀ ଆସିଲେ ହଠାତ ଆମ ଅନୁଷ୍ଠାନକୁ ବନ୍ଦ ନକରି କଟକଣା ସହ ଖୋଲା ରଖିବାକୁ ଅନୁରୋଧ କରିଛି ସଂଘ। କାରଣ ଜିମ ଓ ପାର୍ଲର ଅନୁଷ୍ଠାନଗୁଡିକର ସେବା ଓ ଉତ୍ତମ ସ୍ବାସ୍ଥ୍ୟର ପରିଚାୟକ ଅଟେ ।

କୋରୋନା ମହାମାରୀରେ ବେଶ ପ୍ରଭାବିତ ହୋଇଛି ଜିମ ଓ ପାର୍ଲର । ଅନ୍ୟପଟେ ଆଗାମୀ ଦିନରେ ଏହି ଦୁଇ ଅନୁଷ୍ଠାନର ଆର୍ଥିକ ସ୍ଥିତିର ସୁଧାର ପାଇଁ ସରକାର ଯଦି କୌଣସି ପଦକ୍ଷେପ ନ ନେବେ ତେବେ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦେଇଛି ସଙ୍ଘ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.