ଭୁବନେଶ୍ବର: ତ୍ରିଧାର ଅନୁଷ୍ଠାନ ପକ୍ଷରୁ ତିନି ଦିବସୀୟ ଗୁରୁ ଦେବା ପ୍ରସାଦ ଦାସ ସମ୍ମାନ ସମାରୋହ ସ୍ଥାନୀୟ ରବିନ୍ଦ୍ରମଣ୍ଡପରେ ଆରମ୍ଭ ହୋଇଛି । ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ନୃତ୍ୟକଳାର 4ଜଣଙ୍କୁ ଗୁରୁ ଦେବ ପ୍ରସାଦ ଦାସ ସମ୍ମାନିତ କରିବା ସହ ଅନ୍ୟ 4ଜଣଙ୍କୁ ନୃତ୍ୟ ପ୍ରତିଭା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି ।
ଭିିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର ସୋମବାରର ଏହି ସଂନ୍ଧ୍ୟାରେ ବିଧାୟକ ପ୍ରଫୁଲ୍ଲ ସାମଲ, ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଡକ୍ଟର ସଂଗୀତା ଗୋସାଇଁ, ସଙ୍ଗୀତ ନାଟକ ଏକାଡେମୀ ସଚିବ ଡକ୍ଟର ବିଜୟ ଜେନା ପ୍ରମୁଖ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ । । ସେମାନେ ହେଉଛନ୍ତି, ପଦ୍ମବିଭୂଷଣ ଗୁରୁ ଭିପି ଧନଞ୍ଜୟ ଏବଂ ଶାନ୍ତା ଧନଞ୍ଜୟ(ଭାରତନାଟ୍ୟମ), ଦୁର୍ଗା ଚରଣ ରଣବୀର(ଓଡିଶୀ),୩-ପଣ୍ଡିତ ରାଘବ ରାଜ ଭଟ ଏବଂ ମଙ୍ଗଳା ଭଟ(କଥକ) ଓ ଡକ୍ଟର ନିତା ବିଦ୍ୟାର୍ଥୀ (କଳା ସମୀକ୍ଷକ)। ସେହିପରି 4ଜଣ ଉଦୀୟମାନ ଯୁବ ପ୍ରତିଭାଙ୍କୁ ଗୁରୁ ଦେବ ପ୍ରସାଦ ଦାସ ପ୍ରତିଭା ସମ୍ମାନରେ ମଧ୍ୟ ସମ୍ମାନିତ କରାଯିବ। ସେମାନେ ହେଉଛନ୍ତି, ବିନାୟକ ପଣ୍ଡା (ଓଡିଶା), ଅମ୍ରିତା ଦାସ(ପଶ୍ଚିମବଙ୍ଗ), ରଥୀ ମଲ୍ହାର ଗୋବିନ୍ଦ ରାଜୁ(ମାଲେସିୟା) ଓ ଅତସୀ ମିଶ୍ର (ଓଡିଶା)
ଏହି ଅବସରରେ ଗୁରୁ ଦୁର୍ଗା ଚରଣ ରଣବୀର ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ଵାରା ସମ୍ମିଳିତ ଗୋଷ୍ଠୀ ନୃତ୍ୟ ଯୋଗିନୀ ଯୋଗ ରୁପା ପରିବେଷଣ କରାଯାଇଥିଲା । ଯାହାକି ଉପସ୍ଥିତ ଦର୍ଶକମାନଙ୍କର ଭରପୁର ମନୋରଞ୍ଜନ କରିଥିଲା।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ