ETV Bharat / city

ଆମ୍ରି ହସ୍ପିଟାଲରେ ଅମଣିଷଙ୍କ ରାଜ... - ଆମ୍ରି ହସ୍ପିଟାଲ ଲାଟେଷ୍ଟ ନ୍ୟୁଜ୍‌

ମାନବିକତା ହରାଇଛନ୍ତି ଡାକ୍ତରଖାନା କର୍ମଚାରୀ । ମୃତଦେହ ପାଇଁ ମାଗିଛନ୍ତି ଏକକାଳୀନ 24 ହଜାର ଟଙ୍କା । ଟଙ୍କା ଦିଅ, ମୃତଦେହ ନିଅ ବୋଲି ରୋକଠୋକ ଶୁଣାଇଛି ରାଜଧାନୀର ଆମ୍ରି ହସ୍ପିଟାଲ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 24, 2019, 12:42 AM IST

ଭୁବନେଶ୍ବର: ମାନବିକତା ହରାଇଛନ୍ତି ଡାକ୍ତରଖାନା କର୍ମଚାରୀ । ମୃତଦେହ ପାଇଁ ମାଗିଛନ୍ତି ଏକକାଳୀନ 24 ହଜାର ଟଙ୍କା । ଟଙ୍କା ଦିଅ, ମୃତଦେହ ନିଅ ବୋଲି ରୋକଠୋକ ଶୁଣାଇଛି ରାଜଧାନୀର ଆମ୍ରି ହସ୍ପିଟାଲ । ହେଲେ ପଇସା ଅଭାବରୁ ବାପାଙ୍କ ମୃତଦେହକୁ ନେଇ ନପାରି ଅସହାୟ ହୋଇପଡିଛନ୍ତି ପୁଅ ଗଣେଶ ମଲ୍ଲିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ନୂଳଗ୍ରାମର ଗଣେଶ ମଲ୍ଲିକ ବାପାଙ୍କ ଛାତିରେ ପାଣି ଜମିଥିବାରୁ ଚିକିତ୍ସା ପାଇଁ ଆମ୍ରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଆରମ୍ଭରୁ ପଇସା ନଥିବା ଦର୍ଶାଇବା ପରେ ବି ହସ୍ପିଟାଲ କର୍ମଚାରୀଙ୍କ ଚାପରେ ଆସି 5 ହଜାର ଟଙ୍କା ପୈଠ କରିଥିଲେ ସେ । ହେଲେ ବୁଧବାର ଦିନ ପ୍ରାୟ 1.30 ସମୟରେ ତାଙ୍କ ବାପା ଆଖି ବୁଜି ଦେଇଥିଲେ । ଆଉ ଏହାପରେ ହସ୍ପିଟାଲ କର୍ତ୍ତୁପକ୍ଷଙ୍କର ଆରମ୍ଭ ହୋଇଥିଲା ହିଟଲର ରାଜ ।

ବାପାଙ୍କ ମୃତଦେହ ନେବା ପାଇଁ 24 ହଜାର ଟଙ୍କା ମାଗିଥିଲା ହସ୍ପିଟାଲ । ଟଙ୍କା ଦିଅ ଓ ମୃତଦେହ ନିଅ ବୋଲି ମଧ୍ୟ ରୋକଠୋକ ଶୁଣାଇ ଦେଇଥିଲା । ଖବର ପାଇ ହସ୍ପିଟାଲରେ ପହଞ୍ଚିଥିଲା ଇଟିଭି ଭାରତ ଟିମ୍‌। ଯାହାଙ୍କୁ ଦେଖି କୋହ ରୋକି ପାରିନଥିଲେ ଅସହାୟ ଗଣେଶ । ବର୍ତ୍ତମାନ ଆଉ 5 ହଜାର ଟଙ୍କା ଦେଇ ନିଜ ବାପାଙ୍କ ମୃତଦେହକୁ ହସ୍ପିଟାଲ ପରିସରରୁ ଆଣିଛନ୍ତି ସେ ।

ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ କାର୍ଡ ଥାଇ ମଧ୍ୟ ତାଙ୍କୁ କୌଣସି ସୁବିଧା ମିଳିନଥିବା ଅଭିଯୋଗ କରିଛନ୍ତି ଗଣେଶ । ହେଲେ ଏଠାରେ ପ୍ରଶ୍ନ ଉଠୁଛି, ସରକାରଙ୍କ ସହଯୋଗରେ ଗଢି ଉଠିଥିବା ଏହି ଘରୋଇ ହସ୍ପିଟାଲର ମନମାନିରେ କାହିଁକି ରୋକ ଲଗାଇ ପାରୁନାହାନ୍ତି ରାଜ୍ୟ ସରକାର ?

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:୨୪ ହଜାର ଟଙ୍କା ପାଇଁ ଆମ୍ରି ହସପିଟାଲରେ ୮ଘଣ୍ଟା ପଡ ରହିଲା ମୃତ ଦେହ ।ପଇସା ଦିଅ ଶବ ନିଅ ।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ସ୍ତିତ ଆମ୍ରି ହସପିଟାଲରେ ।ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ନୂଳଗ୍ରାମ ର ଗଣେଷ ମଲ୍ଲିକ ବାପାଙ୍କ କିଡନୀ ରେ ପାଣି ଜମିଥିବାରୁ ଆମ୍ରି ହସପିଟାଲରେ ଭର୍ତ୍ତି କରିଥିଲେ । Body:ଗଣେଷ ଆମ୍ରି ହସପିଟାଲରେ ଭର୍ତ୍ତି କରିବା ସମୟରେ ଅଧିକ ପଇସା ନଥିବା କଥା ମଧ୍ୟ କହିଥିଲେ ।ହସପିଟାଲ ୫ ହଜାର ଟଙ୍କା ଦେଇ ଆଡମିଶନ କରିଥିଲେ ।ହେଲେ ଆଜି ଦିନ ୧ .୩୦ ରେ ଭଜହରି ମଲ୍ଲିକ ଙ୍କ ମୃତ୍ୟୁ ହୋଇଥିଲା ।ହେଲେ ଆମ୍ରି ହସପିଟାଲ ଶବ ଛାଡିବା ପାଇଁ ବାକି ୨୪ ହଜାର ଟଙ୍କା ପଇଠ କରିବା ପାଇଁ ରୋକଠୋକ୍ ଶୁଣାଇଥିଲେ Conclusion:।ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଆଉ ୫ହଜାର ଟଙ୍କା ନେଇ ଶବ କୁ ଛାଡିଛି ଆମ୍ରି ହସପିଟାଲ । ରାଜ୍ୟ ସରକାର ଙ୍କ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଯନାର କାର୍ଡ ଥାଇ ମଧ୍ୟ ତାଙ୍କୁ କୈଣସି ସୁବିଧା ମିଳିନଥିବା ଅଭିଯୋଗ କରିଛନ୍ତି ଗଣେଷ ।

ହେଲେ ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ସହଯୋଗ ରେ ଗଢିଉଠିଥିବା ଏହି ପ୍ରାଇଭେଟ୍ ହସପିଟାଲ ମନମାନି ରେ କାହିଁକି ରୋକ ଲଗାଇ ପାରୁନାହାଁନ୍ତି ରାଜ୍ୟ ସରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.