ETV Bharat / city

ପ୍ରାଣୀ ଉଦ୍ୟାନ ସଫାରିରେ ଭାଲୁ ଆକ୍ରମଣର ଶିକାର ହେଲେ ଗାଇଡ

ଭାଲୁ ଆକ୍ରମଣର ଶିକାର ହେଲେ ଯୁବକ । ବସ ସିଟ୍ରୁ ଉଠି ଖାଦ୍ୟ ଦେଉଥିବାବେଳେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ପ୍ରାଣୀ ଉଦ୍ୟାନ ସଫାରିରେ ଭାଲୁ ଆକ୍ରମଣର ଶିକାର ହେଲେ ଗାଇଡ
ପ୍ରାଣୀ ଉଦ୍ୟାନ ସଫାରିରେ ଭାଲୁ ଆକ୍ରମଣର ଶିକାର ହେଲେ ଗାଇଡ
author img

By

Published : Oct 27, 2021, 8:33 PM IST

ଭୁବନେଶ୍ବର: ନନ୍ଦନକାନନର ସଫାରି ବସକୁ ଭାଲୁ ଆକ୍ରମଣ କରିଥିବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଜଣେ ଗାଇଡ଼ ବସର ପଛପଟ ସିଟରୁ ବାହାରକୁ ହାତ ବାହାର କରି ଭାଲୁଙ୍କୁ ଖାଦ୍ୟ ଦେଉଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ।

ସୂଚନାନୁସାରେ ଟୁଲୁ ବେହେରା ନାମକ ଜଣେ "ଗାଇଡ୍" ଭାଲୁ ସଫାରି ବସର ପଛ ସିଟରୁ କିଛି ଖାଦ୍ୟ ସାମଗ୍ରୀ ଖାଇବାକୁ ଦେଉଥିଲେ ଭାଲୁଙ୍କୁ । ତେବେ ଏହି ସମୟରେ ଭାଲୁଟି ଅତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲା । ଯାହା ଫଳରେ ଗାଇଡ଼ ଜଣଙ୍କ ଏକ ଖଜୁରୀ ଗଛ ଦ୍ୱାରା ଆଘାତ ହୋଇଥିଲେ । ତେବେ ସଙ୍ଗେ ସଙ୍ଗେ ସଫାରି ବସର କର୍ମଚାରୀମାନେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରିଛନ୍ତି ।

ସେପଟେ ଆସନ୍ତାକାଲି(ଗୁରୁବାର) ନନ୍ଦନକାନନ ଉପନିର୍ଦ୍ଦେଶକ ସଫାରି ସେବା ପ୍ରଦାନକାରୀଙ୍କୁ ଲିଖିତ ଭାବରେ ଚେତାବନୀ ଦିଆଯିବା ସହ ସମ୍ବେଦନଶୀଳ ସ୍ଥାନକୁ ଯେଭଳି ନଜରରେ ରଖିହେବ, ସେନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.