ETV Bharat / city

ରାଜ୍ୟରେ ୧୭ଟି ସ୍ଥାନରେ ସିଟି GSTର ବଡ଼ ଧରଣର ଚଢାଉ

ଜିଏସଟି ଠକେଇ ଅଭିଯୋଗରେ ରାଜ୍ୟର ୧୭ଟି ସ୍ଥାନରେ ଚଢାଉ କରିଛି ଜିଏସଟି ବିଭାଗ । ଅଧିକ ପଢନ୍ତୁ...

ରାଜ୍ୟରେ ୧୭ଟି ସ୍ଥାନରେ ସିଟି GSTର ବଡ଼ ଧରଣର ଚଢାଉ
ରାଜ୍ୟରେ ୧୭ଟି ସ୍ଥାନରେ ସିଟି GSTର ବଡ଼ ଧରଣର ଚଢାଉ
author img

By

Published : Oct 4, 2021, 8:10 PM IST

କଟକ/ଭୁବନେଶ୍ବର: ଜିଏସଟି ଠକେଇ ଅଭିଯୋଗରେ ରାଜ୍ୟର ୧୭ଟି ସ୍ଥାନରେ ବିଭିନ୍ନ ସହରର ୧୮ଟି ସ୍ଥାନରେ ଚଢାଉ ହୋଇଛି । ଏଭଳି ଢଙ୍ଗରେ କେବଳ ରାଜଧାନୀ ଭୁବନେଶ୍ଵରରେ ନୁହେଁ କଟକ, ସମ୍ବଲପୁର‌, ଯାଜପୁର ଆଦି ବିଭିନ୍ନ ଜିଲ୍ଲାରେ ୧୮ଟି ଗହଣା ଦୋକାନରେ ରେଡ ମାରିଥିବା ଜଣାପଡ଼ିଛି ।

ରାଜ୍ୟର ବିଭିନ୍ନ ସହରର 18ଟି ସୁନା ଦୋକାନରେ ଆଜି ଏକକାଳୀନ ରେଡ କରିଛି ଜିଏସଟି ବିଭାଗ । ସୁନା ଦୋକାନୀମାନେ ବିନା ବିଲରେ ସୁନା କିଣାବିକା କରିବା ସହ ବିଶେଷ କରି ଗ୍ରାହକଙ୍କ ସୁନା ବିକ୍ରି କରୁଥିବା ସମୟରେ ଇନଭଏସ ନ ଦେଇ ଏଷ୍ଟିମେଟ ବିଲ ପ୍ରଦାନ କରୁଥିବା ଅଭିଯୋଗ ହେଉଥିଲା । ଏହା ସହ କିଛି ଦୋକାନୀ ଗ୍ରାହକମାନଙ୍କ ଠାରୁ ଜିଏସଟି ସଂଗ୍ରହ କରୁଥିଲେ ମଧ୍ୟ ତାହା ସରକାରଙ୍କୁ ପୈଠ କରୁନଥିବା ଭଳି ଅଭିଯୋଗ ଜିଏସଟି ବିଭାଗ ପାଖରେ ପହଁଚିଥିଲା ।

ରାଜ୍ୟରେ ୧୭ଟି ସ୍ଥାନରେ ସିଟି GSTର ବଡ଼ ଧରଣର ଚଢାଉ
ରାଜ୍ୟରେ ୧୭ଟି ସ୍ଥାନରେ ସିଟି GSTର ବଡ଼ ଧରଣର ଚଢାଉ
ରାଜ୍ୟରେ ୧୭ଟି ସ୍ଥାନରେ ସିଟି GSTର ବଡ଼ ଧରଣର ଚଢାଉ

ଫଳରେ ସୁନା କାରବାରରେ ହେଉଥିବା ଏହି ଜିଏସଟି ଠକେଇର ପର୍ଦ୍ଦାଫାଶ କରିବା ପାଇଁ ଜିଏସଟି ବିଭାଗ ଏକ ସର୍ବବୃହତ ରେଡ ପାଇଁ ଯୋଜନା କରିଥିଲା ଏବଂ 120 ଜଣ କର୍ମଚାରୀଙ୍କୁ ନେଇ 21ଟି ଟିମ ଆଜି ସକାଳୁ ଏହି ଅତର୍କିତ ଚଢାଉ କରିଥିଲା । ଏହି ରେଡ ସମୟରେ ସୁନା ଦୋକାନ ଗୁଡିକର ଷ୍ଟକ ଓ ଟିକସ ସଂଗ୍ରହ ସମ୍ପର୍କିତ କାଗଜପତ୍ର ଭଳି ଅନେକ ଦସ୍ତାବିଜକୁ ଯାଞ୍ଚ କରୁଛି ବିଭାଗ । ତେବେ ଏହି ପ୍ରକ୍ରିୟା ୨ରୁ ୩ ଦିନ ଚାଲିବ ଏବଂ କେଉଁ ବ୍ୟବସାୟୀ କେତେ ପରିମାଣର ଟିକସ ଫାଙ୍କିଛନ୍ତି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜିଏସଟି ବିଭାଗ ପକ୍ଷରୁ କୁହାଯାଇଛି ।

ଫେଷ୍ଟିଭ ସିଜିନର ଚାଲୁଥିବାରୁ ଅନେକ ଗ୍ରାମ ସୁନା କିଣି ବିଲ ନକରିବାକୁ ଚାହୁଁଛନ୍ତି, ସେମାନଙ୍କୁ ଗଳାବାଟରେ ବିକୁ ନାହାନ୍ତି ତ ସେ ଦିଗରେ ମଧ୍ୟ ଯାଞ୍ଚ କରାଯାଇଛି । ଏଭଳି ଢଙ୍ଗରେ କେବଳ ଭୁବନେଶ୍ଵରରେ ନୁହେଁ ସମ୍ବଲପୁର‌, ଯାଜପୁର ଆଦି ବିଭିନ୍ନ ଜିଲ୍ଲାରେ ୧୮ଟି ଗହଣା ଦୋକାନରେ ରେଡ ମାରିଛି ବିଭାଗ ।

କଟକରୁ ନାରାୟଣ ସାହୁ ଓ ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.